ବିଜେଡି ଛାଡିଲେ କୁସୁମ ,କହିଲେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ପୂର୍ଣ୍ଣ ଡାହା ମିଛ I

ବିଜେଡି ର ପ୍ରାଥୀ ଘୋଷଣା ସରିଛି I ଆଶାୟୀ ଥିବା ବହୁ ପ୍ରାଥୀ ଙ୍କୁ ଟିକେଟ ମିଳିନି I ଏଥରକ ଦଳରେ ବହୁ ନୂଆ ମୁଁହ ଦେଖିବାକୁ ମିଳିଥିବା ବେଳେ ,ଅନ୍ୟ ଦଳରୁ ଆସିଥିବା ଅଧିକାଂଶ ନେତାଙ୍କୁ ଦିଆଯାଇଛି Iସେହିପରି ସୁନ୍ଦରଗଡ ରେ କଂଗ୍ରେସ ରୁ ଇସ୍ତଫା ଦେଇଥିବା ଯୋଗେଶ ସିଂ ସାମିଲ ହେବା ପରେ ପୂର୍ବତନ ପ୍ରାଥୀ କୁସୁମ ଟେଟେ ଙ୍କ ସମର୍ଥକ ମାନେ ତାଙ୍କୁ ବିରୋଧ କରିଥିଲେ I ତେବେ ବିଧାୟକ ପାଇଁ ଯୋଗେଶ ଙ୍କୁ ପ୍ରାଥୀ କରାଯିବା ନେଇ ଘୋଷଣା ପରେ କୁସୁମ ଦଳରୁ ଇସ୍ତଫା ଦେଇଛନ୍ତି I

ଏବଂ ବିଜେଡି ବିପକ୍ଷ ରେ ବର୍ଷିଛନ୍ତି କହିଛନ୍ତି କି ଏତେ ବର୍ଷ ଧରି ଦଳପାଇଁ ଏତେ ପରିଶ୍ରମ କରି ସଂଘଠନ ସୁଦୃଢ଼ କରିବାର ପରିଣାମ ତାଙ୍କୁ ଏପରି ପୁରସ୍କାର ଦିଆଯାଇଛି

I ଏହା ସହିତ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ପୂର୍ଣ୍ଣ ମିଛ ଏବଂ ଧୂଆଁବାଣ I ଅନ୍ୟ ଦଳକୁ ଯିବା ନେଇ ପ୍ରଶ୍ନ ରେ କହିଛନ୍ତି କି ଏଯାଏଁ ଭାବିନି ,ଚିନ୍ତା କରିବି ,କର୍ମୀଙ୍କ ସହିତ କଥା ହେବାପରେ ଯାହା ନିଷ୍ପତି ନେବି I ସୂଚନା ଥାଉ କି ବିଜେଡି ରୁ ପୂର୍ବତନ କୁସୁମ ଠିଆ ହେଇ ଯୋଗେଶ ଙ୍କ ଠାରୁ ପରାସ୍ତ ହେଇଥିଲେ I

Leave a Reply

Your email address will not be published. Required fields are marked *