ସାଂସଦ ଚିହ୍ନିନାହାନ୍ତି ଓଡ଼ିଶାର ଗର୍ଵ ପଦ୍ମଶ୍ରୀ ହଳଧର ଙ୍କୁ ,କହିଲେ କିଏ ଇଟା ?

ପଦ୍ମଶ୍ରୀ ହଳଧର ନାଗ ,ଏ ନାମ କିଏ ବା ନଜାଣିଛି ? ପଶ୍ଚିମ ଓଡ଼ିଶାର ଏହି ଲୋକପ୍ରିୟ କବି ନିଜର ପ୍ରତିଭା ବଳରେ କେବଳ ଓଡିଶା ନୁହେଁ ସାରା ଭାରତ ରେ ନିଜର ପରିଚୟ ତିଆରି କରିପାରିଛନ୍ତି I ଓଡ଼ିଶାର ଗର୍ବ I ହଳଧର ଙ୍କୁ ମଧ୍ୟ ପଦ୍ମଶ୍ରୀ ଆୱାର୍ଡ ମିଳିଛି I

ତେବେ ପଶ୍ଚିମ ଓଡ଼ିଶାର ଏହି ଗର୍ବ ଙ୍କୁ ଚିହ୍ନିନାହାନ୍ତି ସାଂସଦ I ସୂଚନା ଅନୁଯାଇ ଗତକାଲି ପଶ୍ଚିମ ଓଡ଼ିଶାର ଦୁଇ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଯାଇଥିଲେ ହଳଧର I ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ରୁ ମଧ୍ୟ ଆଦର ସହିତ ହଳଧର ଙ୍କୁ ସନମାନ ଦିଆଯାଇଥିଲା I ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିବାସ ରେ ହଳଧର ଙ୍କୁ ଦେଖି ଗଣମାଧ୍ୟମ ସବୁ ତାଙ୍କ ପାଖରେ ଭିଡ଼ ଲଗାଇଥିଲେ I ସ୍ୱାଭାବିକ ଆଜ୍ଞା ,ଏତେବଡ ବିଶିଷ୍ଠ ଲୋକଙ୍କୁ ପାଖରେ ପାଇ ତାଙ୍କ ବାଇଟ ନନେଇ କିଏ ବା ଛାଡ଼ିଦେବ ? ତେବେ ଏସବୁ ଆଶ୍ଚର୍ଯ୍ୟ ଲାଗିଥିଲା ଉପସ୍ଥିତ ଥିବା ସାଂସଦ ଅନଙ୍ଗ ଉଦୟ ସିଂହଦେଓ । ଶେଷରେ ବାଧ୍ୟ ହେଇ ପଚାରିଥିଲେ କିଏ ଇଟା(କିଏ ଇଏ)?

ଜବାବ ରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କୁ ପରିଚିତ କରାଇ କହିଥିଲେ ଯେ ୟେ ହେଉଛନ୍ତି ବିଶିଷ୍ଟ କବି ତଥା ପଦ୍ମଶ୍ରୀ ହଳଧର ନାଗ I ଏ ଘଟଣାଟି କାମେରା ରେ କଏଦ ହେଇଯାଇଥିଲା ଏବଂ ସାଂସଦ ଅନଙ୍ଗ ଙ୍କ ଓଡିଶା ସଂସ୍କୃତି ଏବଂ ଓଡିଶା କୁ ଦେଶରେ ଗର୍ବିତ କରୁଥିବା ବିଶିଷ୍ଟ ଲୋକଙ୍କୁ କେତେ ଜାଣିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି !

Leave a Reply

Your email address will not be published. Required fields are marked *