ହିନ୍ଦୀ ଇଂରାଜୀ ଜାଣିନଥିବା ତୃତୀୟ ପାଠ ପଡିଥିବା 70ବର୍ଷୀୟା ପ୍ରମିଳା ମାଉସୀ ହେବେ ସାଂସଦ

ସରିଛି ବିଜେଡି ର ପ୍ରାଥୀ ଘୋଷଣା I ନିଜ କଥା ବି ରଖିଛନ୍ତି ନବୀନ I ଲୋକସଭା ଆସନ ପାଇଁ 33%ମହିଳା ଆରକ୍ଷଣ ନୀତିରେ ପ୍ରଥମ ପ୍ରାଥୀ ତାଲିକା ରେ 3ଜଣ ଙ୍କୁ ସାମିଲ କରିଛନ୍ତି I ତେବେ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ସାଂସଦ ପ୍ରାଥୀ ପ୍ରମିଳା ବିଶୋଇ I ଖଟି ଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା I କିଏ ଏହି ପ୍ରମିଳା ? ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ I ଘର ଆସ୍କା ର ଏକ ନିପଟ ମଫସଲି ରେ I ପାଠ ପଢ଼ିଛନ୍ତି ତୃତୀୟ ପର୍ଯ୍ୟନ୍ତ I ବୟସ 70 ଛୁଇଁଲାଣି I ଯେଉଁ ବୟସ ରେ ରାଜନେତା ମାନେ ସନ୍ୟାସ ନିଅନ୍ତି ସେହି ବୟସରେ ରାଜନୀତି କୁ ଏଣ୍ଟ୍ରି କରିଛନ୍ତି ପ୍ରମିଳା I

ଆସ୍କା ନଳବଣ୍ଟା ପଞ୍ଚାୟତର ଚେରମାଳିଆ ଗାଁରେ ପ୍ରମିଳା ଙ୍କ ଘର I ନା ପାଖରେ ଅଛି ଧନ ବଳ,ନା ଇଂରାଜୀ ହିନ୍ଦୀ କହିବାର ବାକ ଚାତୁରୀ ତଥାପି ତାଙ୍କୁ କାହିଁକି ନବୀନ ଟିକେଟ ଦେଲେ ??ସମସ୍ତେ ଏବେ ଏଇ ଗୋଟିଏ କଥା ଚିନ୍ତା କରୁଛନ୍ତି I ତେବେ ଅତି ସାଧାସିଧା ହେଇଥିବା ପ୍ରମିଳା ଙ୍କ ପାଖରେ ଅଛି ଅସାଧାରଣ ପ୍ରତିଭା I ସମସ୍ତ ମହିଳା ମାନଙ୍କୁ ଏକାଠି କରି ମହିଳା ସଶକ୍ତ କରଣ କରିବାରେ ତାଙ୍କ ଦକ୍ଷତା ବହୁତ I

ଦୀର୍ଘ ବର୍ଷ ଧରି ସମାଜ ସେବା କରିବା ପାଇଁ ମିଳିଛି ଅନେକ ପୁରସ୍କାର I ଏହି ଲୋକସେବା କୁ ଆୟୁଧ କରି ପ୍ରମିଳା ଙ୍କୁ ମିଳିଛି ଟିକେଟ I ହିନ୍ଦୀ କିମ୍ବା ଇଂରାଜୀ ଜଣାନଥିବା ପ୍ରମିଳା କିନ୍ତୁ ହରାଇ ନାହାନ୍ତି ସାହସ ,କହିଛନ୍ତି ମତେ ଓଡ଼ିଆ ଜଣାଅଛି ,ଦିଲ୍ଲୀରେ ଓଡ଼ିଆ ରେ କହିବି I ସମସ୍ତ ମହିଳା ମାନଙ୍କୁ ମିଟିଂ ଡାକିବି ,ଯଦି ନଶୁଣିବେ ଗୀତ ଗାଇଦେବି ଧାନ ବିଲ ଖସ ଖସ ଲୋ ,ଘର କୋଣ ଲାଗିଲାନି ବିଷ I

Leave a Reply

Your email address will not be published. Required fields are marked *