ସ୍ବପ୍ନ ରେ ମରିବା ଲୋକଙ୍କୁ ଦେଖିବାର ଅର୍ଥ କଣ

ମଣିଷ ଜୀବନର ଗୋଟିଏ ମାତ୍ର ସତ୍ୟ ହେଉଛି ମୃତ୍ୟୁ।ଆପଣଙ୍କ ଜୀବନରେ ଏଭଳି ଏକ ସମୟ ଆସିଥାଏ ଯେଉଁଠି ଆପଣ ଆପଣଙ୍କ ପ୍ରିୟଜନ କିମ୍ବା ବନ୍ଧୁଙ୍କ ମୃତ୍ୟୁକୁ ସମ୍ମୁଖରେ ଦେଖିଥାନ୍ତି।ଯଦି ଆମର କୌଣସି ବ୍ୟକ୍ତିଙ୍କ ସହ ନିବିଡ ସମ୍ପର୍କ ଥାଏ ତେବେ ତାଙ୍କର ମୃତ୍ୟୁ ପରେ ମଧ୍ୟ ଆମେ ତାଙ୍କୁ ସ୍ଵପ୍ନରେ ଦେଖିଥାଉ।ଆଉ ବାରମ୍ବାର ଏପରି ସ୍ବପ୍ନ ଆମକୁ ବ୍ୟଥିବ୍ୟସ୍ଥ କରିଥାଏ।

ଲାଗୁଥାଏ ଯେପରି ଏହି ସ୍ବପ୍ନ ଆମକୁ କିଛି ସଂକେତ ଦେବାକୁ ଚାହୁଁଛି।ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କୌଣସି ମୃତ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଦେଖିବା ଶୁଭ ନା ଅଶୁଭ।
ସ୍ବପ୍ନ ଦେଖିବା ସମୟରେ ମଣିଷର ଭାବ ଉତ୍ତେଜିତ ହୋଇଯାଏ।ଯାହା ଦ୍ବାରା ସେ ଜାଣିପାରନ୍ତି ନାହିଁ କି ଯାହା ଦେଖୁଛନ୍ତି ତାହା ସତ ନା ମିଛ।ଯଦି ଆପଣଙ୍କ ସହ କାହାର ଘନିଷ୍ଠତା ରହିଛି ଆଉ ଦୁର୍ଭାଗ୍ୟକୁ ନିକଟରେ ତାଙ୍କର ମୃତ୍ୟୁ ହୋଇଛି ତେବେ ସେ ଆପଣଙ୍କ ସ୍ଵପ୍ନରେ ଆସିବା ସ୍ଵାଭାବିକ।ସେହି ବ୍ୟକ୍ତି ସ୍ଵପ୍ନରେ ଆସିବା ଅର୍ଥ ସେମାନେ ଆମକୁ ଆଶ୍ୱାସନା ଦେଇଥାନ୍ତି କି ଏହି ଦୁଃଖକୁ ଛାଡ଼ି ଆଗକୁ ବଢ।ଆଉ ମଧ୍ୟ ସେ ଆପଣଙ୍କୁ ନିକଟରେ ଆସୁଥିବା କିଛି ଅସୁବିଧାରୁ ବାହାରିବାକୁ ରାସ୍ତା ଦେଖାନ୍ତି।

ଯାହା ଫଳରେ ଆପଣ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖରୁ ମୁକ୍ତି ପାଇ ପାରିବେ।ଆହୁରି ମଧ୍ୟ ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ସ୍ଵପ୍ନରେ ଯଦି କୌଣସି ମୃତ ବ୍ୟକ୍ତି ଆସନ୍ତି ତେବେ ସେମାନେ ଆପଣଙ୍କ ଭବିଷ୍ୟ ବିଷୟରେ କିଛି ଜଣେଇବାକୁ ଆସନ୍ତି।ଆପଣ ଦେଖିଥିବେ ଏମିତି କିଛି ସ୍ବପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥାଏ।

ଯେଉଁ ବ୍ୟକ୍ତି ଜୀବିତ ରହିଥିବା ସମୟରେ ଆପଣଙ୍କ ସବୁ ସୁଖ ଦୁଃଖର ରହିଥାନ୍ତି ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତି ଆପଣଙ୍କୁ ସ୍ଵପ୍ନରେ ନିଶ୍ଚିତ ଆସିଥାନ୍ତି।ଏବଂ ଆପଣଙ୍କୁ ସବୁ ପ୍ରକାର ସମସ୍ୟାରୁ ବାହାର କରିବାକୁ ଚେଷ୍ଟା କରିଥାନ୍ତି।

Leave a Reply

Your email address will not be published. Required fields are marked *