ବିଜେଡି ରୁ ଇସ୍ତଫା ଦେଲେ କଳାହାଣ୍ଡି ସାଂସଦ ଅର୍କ, ନାରାୟଣ ରାଓ ,ପ୍ରମୋଦ ଏବଂ କୁସୁମ

ବିଜେଡି ରେ ପ୍ରାଥୀ ଘୋଷଣା ପରେ ଏବେ ତୀଵ୍ର ଅସନ୍ତୋଷ ଲାଗି ରହିଛି I ବରିଷ୍ଠ ନେତା ମାନେ ଦଳ ଛାଡିବାରେ ଲାଗିଛନ୍ତି I ଗତକାଲି ପୁଣି ବିଜେଡି ବିରୁଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ I ତାଙ୍କୁ କିମ୍ବା ପତ୍ନୀ ଙ୍କୁ ଟିକେଟ ନମିଳିବାରୁ ସୁପ୍ରିମ ଙ୍କୁ ଜବାବ ମାଗିଛନ୍ତି ଅର୍କ I କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ଙ୍କୁ ଟିକେଟ ଦିଆଯିବାରୁ ଅର୍କ ବିରୋଧ କରି ବିଜେଡି ରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ,ଶୁଣାଯାଉଛି କି ଅର୍କ ବିଜେପି ଯାଇପାରନ୍ତି I

ସେହିପରି ପାରଳାଖେମୁଣ୍ଡି ପାଇଁ ଦଳରେ ମିଶିଥିବା ରାଜକୁମାରୀ କଲ୍ୟାଣୀ ଦେବୀ ଙ୍କୁ ଟିକେଟ ମିଳିବା ପରେ ପୂର୍ବଥର ପ୍ରାଥୀ ହେଇଥିବା ତଥା ଏଥରକ ଆଶାୟୀ ହେଇ ନିରାଶ ହେଇଥିବା ନାରାୟଣ ରାଓ ନିଜ ସମର୍ଥକ ମାନଙ୍କ ସହିତ ଦଳ ଛାଡିଛନ୍ତି I

ତେବେ ଇସ୍ତଫା ପରେ ନାରାୟଣ ଙ୍କୁ ନବୀନ ନିବାସ ରୁ ଡାକରା ଆସିଥିଲା I ଅନ୍ୟ କୌଣସି ଏକ ବିଭାଗ ରେ ଥଇଥାନ ପାଇଁ ପ୍ରସ୍ତାବ ଦିଆଯାଇଛି ,କିନ୍ତୁ ଏନେଇ ନାରାୟଣ ଙ୍କ ନିଷ୍ପତି ଜଣାପଡିନାହିଁ I ଏହାସହିତ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ,ସୁନ୍ଦରଗଡ ରୁ କୁସୁମ ଟେଟେ ,ମଧ୍ୟ ଗତକାଲି ଦଳ ଛାଡିଛନ୍ତି I

Leave a Reply

Your email address will not be published. Required fields are marked *