ଟ୍ୱିଟରରେ ହୋଲିର ଶୁଭେଚ୍ଛା ଦେଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ , ବଲିଉଡ୍ ଫିଲ୍ମ ନିର୍ମାତା କହିଲେ ପ୍ରଥମେ ରକ୍ତର ହୋଲି ଖେଳିବା ବନ୍ଦ କର ତା’ପରେ ଶୁଭେଚ୍ଛା ଜଣାଇବ

ଗତ କିଛି ସପ୍ତାହ ମଧ୍ୟରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯାହା ସବୁ ଘଟିଯାଇଛି, ତାହା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା କୁ ଆହୁରି ଅଧିକ କରିଦେଇଛି। ପୂଲୱାମା ଆକ୍ରମଣ ରେ ୪୦ ଜଣ ଯବାନ ସହୀଦ ହେବା ପରେ ପାକିସ୍ଥାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି କିଛିଦିନ ମଧ୍ୟରେ ଭାରତ ର ଅନେକ ଯବାନ ସହିଦ ହୋଇଥିବା ବେଳେ ପାକିସ୍ଥାନ ସୁଧୁରିବା ର ନାଆଁ ନେଉନାହିଁ। ତେବେ ଆଗକୁ ହୋଲି ଥିବାବେଳେ ଏହି ଅବସର ରେ ପାକ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସବୁ ହିନ୍ଦୁ ସମୁଦାୟ କୁ ହୋଲି ର ଶୁଭକାମନା ଜଣାଇଥିବା ଦେଖାଯାଇଛି।

ଇମରାନ୍ ଖାନ୍ ଟୁଇର କରି କହିଛନ୍ତି, ” ଆମର ସବୁ ହିନ୍ଦୁ ଭାଇ ମାନଙ୍କୁ ଶାନ୍ତିପୂର୍ଣ୍ଣ ହୋଲି ର ଶୁଭକାମନା”। ଇମ୍ରାନ ଙ୍କ ଏପରି ଟୁଇର ଆସିବା ପରେ ବଲିଉଡ୍ ର ଫିଲ୍ମ୍ ନିର୍ମାତା ଅଶୋକ ପଣ୍ଡିତ ତାଙ୍କୁ କଡା ଜବାବ୍ ଦେଇଥିବା ଦେଖା ଯାଇଛି।

ଇମରାନ୍ ଖାନ୍ ଙ୍କ ଟୁଇଟ ର ଜବାବ୍ ଦେବାକୁ ଯାଇ ଅଶୋକ ପଣ୍ଡିତ କହିଥିଲେ ,” ଆମ ଦେଶର ଯବାନ ମାନଙ୍କ ରକ୍ତ ରେ ହୋଲି ଖେଳିବା ବନ୍ଦ କର। ତା ପରେ ଆମକୁ ଶୁଭକାମନା ଜଣାଇବ। “

Leave a Reply

Your email address will not be published. Required fields are marked *