ହୋଲି ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ସବୁ ଉପାୟ ! ଏସବୁ ଦିଗ ଉପରେ ଧ୍ୟାନ ଦେଇ ଖେଳନ୍ତୁ ସୁରକ୍ଷିତ ହୋଲି

ରଙ୍ଗର ପର୍ବ ହୋଲି।ଏହାକୁ ନେଇ ବହୁତ୍ ଲୋକମାନେ ବହୁତ୍ ପ୍ଲାନ୍ କରିଥାନ୍ତି କି କେଉଁଠି କୁ ଯିବେ ଆଉ କେଉଁଠି ହୋଲି ମନେ଼ଇବେ।ଆଜି ଆମେ ଜାଣିବା ହୋଲିର ରଙ୍ଗକୁ କିପରି ନିଜଠୁ ସୁରକ୍ଷିତ ରଖିବା।କାରଣ ଆଜିକାଲି ରାସାୟନିକ ରଙ୍ଗ ଦ୍ବାରା ବହୁତ୍ ଚର୍ମ ରୋଗ ମଧ୍ୟ ଦେଖାଯାଉଛି।

୧.ହୋଲି ଖେଳିବା ପୂର୍ବରୁ ନିଜ କେଶକୁ ଭଲ ଭାବେ ସଫା କରି ନିଅନ୍ତୁ କାରଣ ମଇଳା କେଶରେ ରଙ୍ଗ ଖେଳିବା ଦ୍ବାରା କେଶ ଝଡିବାର ସମ୍ଭାବନା ଅଧିକ ଥାଏ।ଏବଂ ହୋଲି ଖେଳିବା ପୂର୍ବରୁ ସନସ୍କ୍ରିନ୍ ଲଗାଇବା ପାଇଁ ଜମା ବି ଭୁଲନ୍ତୁ ନାହିଁ।
୨. କେଶକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହା ସହ ଢିଲା ପୋଷାକ ପରିଧାନ କରନ୍ତୁ।
୩.ରଙ୍ଗ ଖେଳିବା ପାଇଁ ଘରୁ ବାହାରିବା ପୂର୍ବରୁ ଭଲ କରି ନଡ଼ିଆ ତେଲ ମୁହଁ,ହାତ ଏବଂ ଗୋଡ଼ରେ ମାଲିସ୍ କରି ଦିଅନ୍ତୁ।ଏପରି କରିବା ଦ୍ବାରା ତ୍ୱଚାରେ ରଙ୍ଗ ଲାଗି ନ ଥାଏ।
୪.ରଙ୍ଗ ଖେଳିବା ସମୟରେ ତାହା ଆଖିକୁ ଯିବାର ସମ୍ଭାବନା ଥାଏ।ସେଥିପାଇଁ ରଙ୍ଗ ଖେଳିବାକୁ ଯିବା ପୂର୍ବରୁ ଚଷମା ଲଗାଇ ଯିବାକୁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *