ପୁଲୱାମା ଆକ୍ରମଣ ପାଇଁ ଏଥର ହୋଲି ପାଳିବେନି CRPF ଯବାନ ମାନେ ।

ପୁଲୱାମା ଆକ୍ରମଣକୁ ବିତିଯାଇଛି ୩୫ଦିନ।ଭାରତ ମାଆର ଆଖିରୁ ଏଜାୟୋ ଲୁହ ସୁଖିନୀ।ଏବଂ ଏହି ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା ଦେଖାଇଥିଲେ ତାର ବୀରତ୍ୱର ପରାକାଷ୍ଠା।ଏବଂ ଭାରତୀୟ ପାଇଲଟ୍ ଅଭିନନ୍ଦନ ଦେଖାଇଥିଲେ ପାକିସ୍ଥାନ ମାଟିରେ ନିଜର ବିଜୟର ନିଦର୍ଶନ।ଏବଂ ସେହି ଫେବୃୟାରୀ ୧୪ ତାରିଖର ବିଶ୍ଵ ଇତିହାସ ରେ ଏକ କଳା ଦିନ ଭାବେ ରହିଯାଇଛି।

ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ପୁରା ଦେଶବାସୀ ସ୍ଥବ୍ଧ ହୋଇଯାଇଥିଲା।ଏବଂ ଏହି ଘଟଣାକୁ ଭୁଲି ପାରିନାହାନ୍ତି ପୁରା ଦେଶବାସୀ ଏବଂ ଭୁଲି ପାରିବେ ନାହିଁ ମଧ୍ୟ।ଏବେ ଏହାକୁ ଆଖିଆଗରେ ରଖି ନିଜ ସାଥି ଯବାନଙ୍କ ବିୟୋଗରେ ଦେଶର ପ୍ରାୟ ୧୦ ଲକ୍ଷ ଯବାନ ଚଳିତ ବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି।ଏହି ମଧ୍ୟରେ ରହିଛନ୍ତି ସିଏପିଏଫ,ବିଏସଏଫ, ଅାଇଟିବିପି, ସିଆଇଏସେଫ୍, ଏସ ଏସ ବି ଯବାନ।

Leave a Reply

Your email address will not be published. Required fields are marked *