୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ଲଢ଼ିବା ମନା!

ଏଥର ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯାଇନାହିଁ।ଏହାର କାରଣ ଏହି କି ଯେ ଏଥର ଲୋକସଭା ନିର୍ବାଚନରେ ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ବିଜେପି ନିର୍ବାଚନ ନ ଲଢ଼ାଇବାକୁ ନିର୍ଦ୍ଦେଶ ଦେଇଛି।ସେଥିପାଇଁ ଆଡଭାନୀ ଙ୍କୁ ସୁଯୋଗ ନ ଦିଆଯାଇ ତାଙ୍କ ଜାଗାରେ ଗାନ୍ଧୀନଗର ଆସନରୁ ବିଜେପି ଅଧକ୍ଷ ଅମିତ୍ ଶାହା ପାର୍ଥୀ ହୋଇଛନ୍ତି।

ଏହା ସହ କାନପୁର ଆସନରୁ ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ପାର୍ଥୀ କରାଯିବ ନାହିଁ।ଏହା ସହ ଦଳର ବରିଷ୍ଠ ନେତା ଭଗବତ୍ ସିଂହ କୋଶୟରି,ବି.ସି.ଖଣ୍ଡୁରି ଏବଂ ଶାନ୍ତା କୁମାରୀ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କୁହାଯାଇଛି।ଚଳିତ ବର୍ଷ ସୁମିତ୍ରା ମହାଜନ ୭୬ ବର୍ଷରେ ପଦାର୍ପଣ।

ସେଥିପାଇଁ ତାଙ୍କୁ ଇନ୍ଦୋର ଆସନରୁ ପାର୍ଥୀ କରାଯିବ କି ନାହିଁ ସେ ନେଇ କଳ୍ପନା ଜଳ୍ପନା ଚାଲିଛି।ମଧ୍ୟପ୍ରଦେଶର ବରିଷ୍ଠ ନେତା ସତ୍ୟନାରାୟଣ (୭୯ ) କହିଛନ୍ତି କି ଯଦି ସୁମିତ୍ରାଙ୍କୁ ପାର୍ଥୀ କରାଯିବ ତେବେ ସେ ମଧ୍ୟ ପାର୍ଥୀ ହେବେ।ଏହାକୁ ନେଇ ଦଳରେ ବିବାଦୀୟ ସ୍ଥିତି ଉପୁଜିଛି।ମୋଦି ସରକାରରେ ଥିବା ଦୁଇ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ସୁଷମା ସ୍ବରାଜ ଏବଂ ଉମା ଭାରତୀ ଏଥର ସ୍ଵାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *