ଶଳା ର ଗୁପ୍ତାଙ୍ଗ କୁ କଟୁରୀ ରେ ହାଣିଲା ଭିଣେଇ ,ଭଉଣୀ-ଭାଇଙ୍କ ଅନୈତିକ ସମ୍ପର୍କ ସନ୍ଦେହ

ଢେଙ୍କାନାଳ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା Iଶଳା ର ଗୁପ୍ତାଙ୍ଗ କାଟିଦେଇଛନ୍ତି ଭିଣେଇ Iସୂଚନା ଅନୁଯାଇ ସଦର ଥାନା ବେଶାଳିଆ ଅନ୍ତର୍ଗତ ବିଦ୍ୟାବନ୍ଧ ଗ୍ରାମରେ ଗତକାଲି ନଗେଶ ରାଉତ ଙ୍କୁ ତାଙ୍କ ସମ୍ପର୍କୀୟ ଭିଣେଇ ରୁଦ୍ର ନାରାୟଣ ନାୟକ ଆକ୍ରମଣ କରି ଗୁପ୍ତାଙ୍ଗ କୁ କାଟିଦେଇଥିଲେ , ଏତିକିରେ ରାଗ ଶାନ୍ତ ହେଇନଥିଲା ଭିଣେଇଙ୍କର,ରକ୍ତ ଜୁଡୁବୁଡୁ ଶଳା ଚିତ୍କାର କରୁଥିବା ସମୟରେ ଶେଷରେ ଶଳା ବେକରେ କତୁରୀ ଚୋଟ ପକେଇଥିଲା ନୃଶଂସ ଭିଣେଇ I

ଘଟଣା ସ୍ଥଳରେ ନଗେଶ ଙ୍କ ଜୀବନ ଚାଲିଯାଇଥିଲା Iତେବେ ମିଳିଥିବା ଖବର ଅନୁଯାଇ ନଗେଶ ରୁଦ୍ରଙ୍କର ସମ୍ପର୍କୀୟ ଶଳା ହେବ I କିଛିଦିନ ଧରି ତାଙ୍କ ଘରକୁ ଲଗାତାର ଆସୁଥିବାରୁ ସବୁଆଡେ ଆଲୋଚନା ହେଇଥିଲା

I ଏପରିକି ଶୁଣାଯାଉଥିଲା କି ରୁଦ୍ର ଙ୍କ ପତ୍ନୀ ଏବଂ ନଗେଶ ଙ୍କ ମଧ୍ୟରେ ଚୋରା ପୀରତି ଚାଲୁଥିଲା ,ଏହାକୁ ସନ୍ଦେହ କରି ରୁଦ୍ର ସବୁବେଳେ ମାନସିକ ଅଶାନ୍ତି ରେ ରହୁଥିଲେ I ଗତକାଲି ରବିବାର ହୋଲିରେ ସମ୍ପର୍କୀୟ ଶଳା ନଗେଶ ରୁଦ୍ର ଙ୍କ ଘରକୁ ଆସିଥିବା ବେଳେ ରୁଦ୍ର ରାଗିଯାଇ ଏକ କତୁରୀ ନେଇ ତାଙ୍କ ଗୁପ୍ତାଙ୍ଗ କୁ ଏକ ଚୋଟ ଏବଂ ପରେ ବେକକୁ ଚୋଟ ପକେଇବାରୁ ସେହିଠାରେ ଟଳିପଡିଥିଲେ ନାଗେଶ I ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *