ସଫଳ ହେବେ ବୈଜୟନ୍ତ ଦଳକୁ ଫେରିବେ ବିଜୟ ,ବୈଜୟନ୍ତଙ୍କ ଉପରେ ବଢୁଛି ଆସ୍ଥା

ବିଜେପି ରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା କୋଣ ଠେଶା ହେଇ ଦଳ ଛାଡିଥିବା ବିଜୟ ବିଜେଡି ରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନଥିଲେ ବିଜୟ I ତେବେ ୟା ମଧ୍ୟରେ ବିଜେପି ରେ ବୈଜୟନ୍ତ ମିସିସାରିଲେଣି ଏବଂ ତାଙ୍କୁ ଜାତୀୟ ଉପସଭାପତି କରାଯାଇଛି I ନବୀନ ଙ୍କ ମୁଖ୍ୟ ବିରୋଧୀ ତଥା ବିଯୁପ୍ରେମୀ ଙ୍କୁ ଦଳକୁ ଫେରେଇ ଆଣିବାକୁ ଜୋରଦାର ଚେଷ୍ଟା କରୁଛନ୍ତି ବୈଜୟନ୍ତ I ଏହିକ୍ରମରେ ବିଜୟ ମହାପାତ୍ର ଙ୍କୁ ଫେରେଇବାକୁ ଗତକାଲି ବୈଜୟନ୍ତ ଏବଂ କେଭି ସିଂହଦେଓ ବିଜୟ ଙ୍କ ଘରେ ପହଞ୍ଚିଥିଲେ ,ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ I

ଅପରପକ୍ଷରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ବିଜୟ ଙ୍କୁ ଦଳକୁ ନଫେରେଇବାକୁ ଉଦ୍ୟମ କରାଯାଇଥିଲା ଏବଂ ବିଜୟଙ୍କ ବିରୋଧରେ ନାରାବାଜି କରାଯାଇଥିବା ଚର୍ଚ୍ଚା ହେଉଛି I କିନ୍ତୁ ଶେଷରେ ମିଳିଥିବା ସୂଚନା ଅନୁଯାଇ ବିଜୟ ଙ୍କ ଅଭିମାନ ଭାଙ୍ଗିଛି ଏବଂ ସେ ଦଳକୁ ଫେରିବାକୁ ରାଜି ହେଇଛନ୍ତି I ଖୁବ ଶୀଘ୍ର ଦଳକୁ ଫେରିବେ I

Leave a Reply

Your email address will not be published. Required fields are marked *