ଏହି ସହଜ ଉପାୟ ଆପଣାନ୍ତୁ ଅତି ଶୀଘ୍ର ପାଠ ମନେରହିବ I

ପିଲା ପାଠ ବହୁ ସମୟ ପଢ଼ନ୍ତି କିନ୍ତୁ ତାଙ୍କର ବହୁତ ଶୀଘ୍ର ମନେ ରହେନାହିଁ ଓ ପରୀକ୍ଷାରେ ଭଲ ନମ୍ବର ଆସିନଥାଏ କିନ୍ତୁ ତାଙ୍କଠୁ କମ ପଢିଥିବା ପିଲାର ଭଲ ନମ୍ବର ଆସିଥାଏ I ଆସନ୍ତୁ ଜାଣିବା ତାହାର କାରଣ ଯାହା ଆପଣ ଙ୍କ ପଢ଼ାରେ ବାଧା ସୃଷ୍ଟି କରିଥାଏ I ପ୍ରଥମ ହେଲା ପାଠ ପଢ଼ାରେ ଆସୁଥିବା ସମସ୍ୟା ତାହା ହେଲା ଦୈନିକ ନପଢିବା I କେତେକ ଛାତ୍ର ଅଛନ୍ତି ପରୀକ୍ଷା ସମୟରେ ପଢ଼ନ୍ତି ଓ ପରୀକ୍ଷାର କିଛି ଦିନ ପୂର୍ବରୁ ଆରମ୍ଭ କରିଥାନ୍ତି I

ଦୁତୀୟ କାରଣ ହେଲା ଗେମ୍ ଖେଳିବା I ଖେଳିବା ଶରୀରର ସ୍ୱାସ୍ଥ ପାଇଁ ଭଲ ହୋଇଥାଏ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖେଳିଲେ ସ୍ୱାସ୍ଥ ପାଇଁ ଖରାପ ହୋଇଥାଏ ଓ ତାସହିତ ପଢ଼ାରେ ମଧ୍ୟ ବାଧା ସୃଷ୍ଟି କରିଥାଏ I ଆଉ ଗୋଟିଏ କାରଣ ହେଲା ଅଳସୁଆପଣ I ଯେଉଁ ପିଲାମାନଙ୍କର ପରୀକ୍ଷାରେ ଅଧିକ ନମ୍ବର ଆସିଥାଏ ତାମାନେ ନୁହଁକି ତାଙ୍କର ବୁଦ୍ଧି ଅନ୍ୟଠାରୁ ଅଧିକ ସେମାନଙ୍କ ପାଖରେ ଗୋଟେ ଗୁଣ ଥାଏ I ସେମାନେ ବିନା ଅଳସୁଆର ଲଗାତାର ପଢ଼ିଥାନ୍ତି I

ଆଉ ଗୋଟେ କଥା ହେଲା ସେମାନେ ସମୟ ଅନୁସାରେ ସବୁ ପାଠକୁ ସାରନ୍ତି I ଯଦି ଏହି ଅଭ୍ୟାସ ଆପଣ ଛୋଟ ବେଳୁ ରଖନ୍ତିତ ଆପଣଙ୍କୁ ସଫଳ ହେବାରେ କେହି ରୋକିପାରିବେ ନାହିଁ I ବେଳେବେଳେ ପାଠ ପଢିବା ପାଇଁ ଯେତେ ଚେଷ୍ଟା କଲେବି ପାଠ ପଢ଼ାରେ ମନ ଲାଗେନାହିଁ I ଏଥିପାଇଁ ଦୈନିକ 20 ମିନିଟି ଯୋଗ କରନ୍ତୁ ଏହା ଦ୍ୱାରା ଆପଣ ପଢ଼ାରେ ଧ୍ୟାନ ଲଗାଇପାରିବେ I

ପଢିବା ସମୟରେ ପାଖରେ ଫୋନ ରଖନ୍ତୁ ନାହିଁ I ଯଥା ସମ୍ଭବ ସବୁବେଳେ ସକାଳ ସମୟରେ ପଢିବାକୁ ଚେଷ୍ଟା କରନ୍ତୁ ,କାରଣ ଏହି ସମୟରେ ପଢିଲେ ପାଠ ମନେରହିଥାଏ I ସବୁବେଳେ ପଜିଟିଭି ଚିନ୍ତା ରଖନ୍ତୁ ଏହା ପଢ଼ାରେ ବହୁତ ସାହାଯ୍ୟ କରିଥାଏ ଓ ଯାହା ପଢୁଛନ୍ତି ତାକୁ ଥରେ ଦୁଇଥର ଲେଖନ୍ତୁ ଏହା ଆପଣଙ୍କୁ ଶୀଘ୍ର ମନେରଖିବାରେ ସାହାଯ୍ୟ କରିବ I

Leave a Reply

Your email address will not be published. Required fields are marked *