10ବର୍ଷ ପରେ ବିଜେପି କୁ ଫେରିଲେ ଖାରବେଳ

ପାଖେଇ ଆସୁଛି ନିର୍ବାଚନ I ନେତାମାନଙ୍କର ଚାଲିଛି ଦଳ ଡିଆଁ ପର୍ବ I ଏ ଦଳରୁ ଟିକେଟ ନମିଳିଲେ ସେ ଦଳକୁ ଡିଆଁ ଚାଲିଛି I ଏହିକ୍ରମରେ ବିଜେପି ନିଜର ଶକ୍ତି ସଂଗ୍ରହ ପାଇଁ ଟାଣୁଆ ନେତାମାନଙ୍କୁ ନିଜ ଦଳରେ ମିଶାଉ ଥିବା ବେଳେ ଏବେ ସାମିଲ ହେଇଛନ୍ତି ଖାରବେଳ ସ୍ୱାଇଁ I ଏହାକୁ ହୁଏତ ବିଜେପି ସାମିଲ ହେବା କହିଲେ ଭୁଲ ହେବ ,କାହିଁକିନା ସେ ପୂର୍ବରୁ ବିଜେପି ରେ ହିଁ ଥିଲେ ଏବଂ ଘର ବାହୁଡା ହେଇଚି I ମତାନ୍ତର ଯୋଗୁଁ ବିଜେପି ଛାଡିଥିଲେ ଏବଂ ନିଜର ଏକ ଦଳ ଗଢ଼ିଥିଲେ I ତେବେ ସାମ୍ପ୍ରତିକ ସ୍ତିତିରେ ନବୀନ ଙ୍କୁ ବିରୋଧ କରୁଥିବା ଖାରବେଳପ ପୁଣିଥରେ ବିଜେପି କୁ ଫେରିଛନ୍ତି I ଆଜି ବିଦ୍ଧିବଦ୍ଧ ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳରେ ସାମିଲ ହେଇଛନ୍ତି I

ତାଙ୍କ ଘର ବାହୁଡା ରେ ବିଜେପି ରେ ଖୁଶିର ମାହୋଲ ଖେଳିଯାଇଛି I ସୂଚନା ଥାଉ କି ବାଲେଶ୍ୱର ରେ ବିଜେପି ରୁ ସେ ନିର୍ବାଚନ ଲଢ଼ି ତିନିଥର ଲୋକସଭା ସାଂସଦ ହେଇଥିଲେ ।ତେବେ ବିଜେପି ସହିତ ତାଙ୍କର ମନୋମାଳିନ୍ୟ ଯୋଗୁଁ ସେ ଦଳରୁ ଇସ୍ତଫା ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଅନ୍ୟ ଦଳରେ ସାମିଲ ହେଇନଥିଲେ I

Leave a Reply

Your email address will not be published. Required fields are marked *