ଫିଲ୍ମଫେୟାର ପୁରସ୍କାର ଘୋଷିତ, ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ଘୋଷିତ ହୋଇଯାଇଛି ରାଜ୍ୟ ଫିଲ୍ମ୍ ଫେୟାର ପୁରସ୍କାର ୨୦୧୮।ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଏହି ପୁରସ୍କାର ଘୋଷଣା କରାଯାଇଛି।ସଞ୍ଜୁ ଫିଲ୍ମ୍ ପାଇଁ ରଣବୀର କପୁର୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ଏବଂ ଫିଲ୍ମ୍ ରାଜି ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭନେତ୍ରୀ ପୁରସ୍କାର ପାଇଛନ୍ତି।
ରାଜି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ବେଳେ ଅନ୍ଧାଧୁନ ଶ୍ରେଷ୍ଠ ଚଳଚ୍ଚିତ୍ର ( କ୍ରିଟିକ୍) ପୁରସ୍କାର ଜିତିଛନ୍ତି।ଫିଲ୍ମ୍ ରାଜି ପାଇଁ ମେଘନା ଗୁଲଜାର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଥିବା ବେଳେ ସ୍ତ୍ରୀ ପାଇଁ ଅମର କୌସିକ୍ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି।ଫିଲ୍ମ୍ ସଞ୍ଜୁ ପାଇଁ ଭିକି କୌଶଲ ଓ ବଧାଇ ହୋ ପାଇଁ ଗଜରାଜ୍ ରାଓ ଯୁଗ୍ମ ଭାବେ ଶ୍ରେଷ୍ଠ ସହ ଅଭିନେତା ଘୋଷିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *