ନବୀନ ଙ୍କୁ ଯେଉଁ ବିଜେପୁର ରେ ଜୋତା ଫୋପଡ଼ା ହେଇଥିଲା, ଆଜି ସେଇଠି ନାମାଙ୍କନ ପତ୍ର ଦାଖଲ କରିବେ

ବର୍ଷକ ତଳେ ବିଜେପୁର ଉପନିର୍ବାଚନ ଥିଲା ସବୁଠୁ ଚର୍ଚାରେ I ସବୁ ଦଳ କଳେବଳେ କୌଶଳେ ବିଜେପୁର କୁ ଜିତିବାକୁ ଚେଷ୍ଟା କରିଥିଲେ I ତେବେ ବିଜେଡି ପ୍ରାଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କଥା ରଖିଥିଲେ ବିଜେପୁର ର ଦାୟିତ୍ୱ ସେ ନିଜେ ନେବେ ଆଜି କଥା ରଖିଛନ୍ତି ନବୀନ I ବିଜେପୁର ବିଜୟୀ ପରେ ନିଜେ ବିଜେପୁର ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି I
ଆଜି ବିଜେପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I

ଯେଉଁଠି ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ଙ୍କୁ ଜୋତା ଫିଙ୍ଗା ଯାଇଥିଲା I ବିଜେପୁର ନିର୍ବାଚନ ସମୟରେ ବରପାଲି ବ୍ଳକ କୁମ୍ଭାରୀ ସଭାମଂଚ ରେ ହଠାତ କାର୍ତ୍ତିକ ମେହେର ଫୋପାଡିଥିବା ଜୋତା ମୁଖ୍ୟମନ୍ତ୍ରୀ ଙ୍କ ଦେହରେ ବାଜିବା ପୂର୍ବରୁ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଧରି ନେଇଥିଲେ`I

ଯାହାକି ନବୀନ ଙ୍କ 18ବର୍ଷ ର ସାଶନ ଏବଂ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଥିଲା I ତେବେ ଶେଷରେ ବିଜେପୁର ବାସି ନବୀନ ଙ୍କ ଉପରେ ଭରଷା କରି ବହୁମତରେ ବିଜୟୀ କରିଥିଲେ ରିତା ସାହୁଙ୍କୁ I ଆଜି ପୁଣିଥରେ ସେହି ବିଜେପୁର ରେ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ I ଚର୍ଚ୍ଚା ଚାଲିଛି କି ମୁଖ୍ୟମନ୍ତ୍ରୀ ଙ୍କୁ ଫୋପଡ଼ାଯାଇଥିବା ଜୋତା ର ଏମିତି ପ୍ରତିଶୋଧ ନେଲେ ନବୀନ ପଟନାୟକ I

ବିଜେପୁର ରେ ବିଜୟୀ ହେଇଥିଲେ ମଧ୍ୟ ଜୋତା ଫୋପଡ଼ା ଘଟଣା କୁ ଭୁଲିପାରିନାହାନ୍ତି ମୁଖ୍ୟମନ୍ତ୍ରୀ I ଅନୁଭବ କରିଛନ୍ତି ଯେ କେଉଁଠୁ ନା କେଉଁଠୁ ଅସନ୍ତୋଷ ଲାଗି ରହିଛି ସେଥିପାଇଁ ସେହି ଅସନ୍ତୋଷ କୁ ଭଲପାଇବାରେ ପରିବର୍ତନ କରିବାକୁ ନିଜେ ଠିଆ ହେବେ ସେହି ଅଞ୍ଚଳରେ I ଅପରପକ୍ଷରେ ଶୁଣାଯାଉଛି କି ରିତା ଙ୍କ ପ୍ରତି ପ୍ରବଳ ଜନଅସନ୍ତୋଷ ଲାଗି ରହିଥିବା ବେଳେ ବିଜେପି ମଧ୍ୟ ଭଲ ସ୍ତିତିରେ ରହିଛି ,ତେଣୁ ପୁଣିଥରେ ରିତା ଙ୍କୁ ପ୍ରାଥୀ କରାଇ ରିସ୍କ ନେବାକୁ ଚାଁହୁନଥିଲେ ନବୀନ I

Leave a Reply

Your email address will not be published. Required fields are marked *