ଏହି ୩ ଉନ୍ନତ ଦେଶ ପାଖରେ ରହିଛି ଆଣ୍ଟି- ସାଟେଲାଇଟ୍ ହତିଆର ଟେକନିକ୍ ! ଆଜିଠାରୁ ଚତୁର୍ଥ ସ୍ଥାନରେ ରହିଲା ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସରପ୍ରାଇଜ୍ ସନ୍ଦେଶ ଦେବା କଥା କହିଥିଲେ ଯେଉଁଥିରେ ସେ ଲୋ ଅର୍ଥ ଆର୍ବିଟ୍ ଅର୍ଥାତ୍ ନିମ୍ନ ପୃଥିବୀ ଲକ୍ଷ ରେ ଅାଟି ସାଟେଲାୟିଟ ଟେକନିକ ରେ ସଫଳ ହେବା କଥା କହିଥିଲେ। ସେ ଏହାକୁ ବହୁତ୍ ବଡ଼ ଉପଲବ୍ଧି ବୋଲି ମଧ୍ୟ କହିଥିଲେ। ଏହି ଟେକନିକ ମାଧ୍ୟମରେ ପୃଥିବୀ ରେ ବସି ଅନ୍ତକ୍ଷରି ରେ ବୁଲୁଥିବା ସାଟେଲାଇଟ କୁ ବନ୍ଦ କରାଯାଇ ପାରିବ। ତେବେ ଏହି ଟେକନିକ୍ ଏ ପର୍ଯ୍ୟନ୍ତ ୩ ଟି ଦେଶ ପାଖରେ ଥିଲା। ଭାରତ ଏବେ ଏହି କ୍ଷେତ୍ର ରେ ଚତୁର୍ଥ ଦେଶ ପାଲଟିଛି।

ଭାରତ ୨୦୧୨ ମସିହା ରେ ଏହା ଉପରେ କାମ ଆରମ୍ଭ କରିଥିଲା। ବର୍ତ୍ତମାନ ଭାରତ ଏହା ଉପରେ ସଫଳତା ହାସଲ କରି ସାରିଛି। ଅନୁମାନ କରାଯାଉଛି କି ଏହା ଆସୁଥିବା ଚତୁର୍ଥ ବିଶ୍ଵଯୁଦ୍ଧ ଅନ୍ତରୀକ୍ଷ ରେ ଲଢା ଯିବ। ଯେଉଁ ଦେଶ ପାଖରେ ଏହି ଅାନ୍ଟୀ ସଟେଲାୟିଟ୍ ଟେକନିକ ରହିଛି ସେହି ଦେଶ ଏହି ଯୁଦ୍ଧ ରେ ବାଜି ମାରିବ।

ଆମେରିକା, ଋଷ, ଚୀନ୍ ଏହି ତିନୋଟି ଦେଶ ପାଖରେ ସେହି ଟେକନିକ ରହିଛି। ଚିନ ୨୦୧୦ ମସିହା ରେ ଏହି ଟେକନିକ୍ ର ସଫଳ ପରୀକ୍ଷଣ କଲା। ଏହି ୩ ଟି ଦେଶ ଏହି ସାଟେଲାଇଟ ର ବ୍ୟବହାର କରି ନିଜର ଖରାପ୍ ହୋଇଥିବା ସାଟେଲାଇଟ୍ କୁ ସିଧା ସଳଖ ନଷ୍ଟ କରିଥାଆନ୍ତି।

Leave a Reply

Your email address will not be published. Required fields are marked *