ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ-ବିଜେଡି ଫେରାଦ

ରାଜନୀତି ରେ ପାଦ ରଖୁ ରଖୁ ବିବାଦ ରେ ଫସିଗଲେ ବିଜେପି ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ପୁରୀ ଲୋକସଭା ଆସନ ରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ଆରମ୍ଭ ରୁ ହି ବିବାଦ ରେ ପଡି ଯାଇଛନ୍ତି। ସୋମବାର ଦିନ ଖୋଲା ଜିପ୍ ରେ ଜଗନ୍ନାଥ ଙ୍କୁ ଧରି ସମ୍ବିତ ଯେଉଁ ରୋଡ଼ ସୋ କରିଥିଲେ ବର୍ତ୍ତମାନ ତାହା ତାଙ୍କୁ ମହଙ୍ଗା ପଡ଼ିଛି।

ନିର୍ବାଚନ ସମୟରେ କୋୖଣସି ନେତା ଧାର୍ମିକ ମୂର୍ତ୍ତି ବା ଫଟ କୁ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ଙ୍କ ପକ୍ଷରୁ କଟକଣା ଜାରି ହୋଇଛି। ତେଣୁ ଜଗନ୍ନାଥ ମୂର୍ତ୍ତି ଧରି ପ୍ରଚାର କରିଥିବାରୁ ଏହା ନିର୍ବାଚନ ଆଚରଣ ବିଧି ର ଖୋଲା ଉଲଂଘନ ବୋଲି ଅଭିଯୋଗ କରିଛି କଂଗ୍ରେସ ଓ ବିଜେଡି। ଏପରିକି ଏହି ଦୁଇ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।

ଏହି କାରଣ ପାଇଁ ଆଚରଣ ବିଦ୍ଧି ରେ ଉଲଂଘନ ହୋଇଥିବା ନେଇ ସମ୍ବିତ ଙ୍କୁ ନୋଟିସ୍ ଜାରି କରିଛନ୍ତି ରିଟର୍ନିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ। ଏହା ସହିତ ସମ୍ବିତ ଜୋତା ପିନ୍ଧି ଜଗନ୍ନାଥ ମୂର୍ତ୍ତି ଙ୍କୁ ଧରିଥିବାରୁ ଏହା ଧାର୍ମିକ ଭାବନା କୁ ମଧ୍ୟ ଆଘାତ କରିଛି।

Leave a Reply

Your email address will not be published. Required fields are marked *