ଏବର୍ଷ ଖରାଦିନେ ବିଦ୍ୟୁତ କାଟ ହେବନି : ଶକ୍ତି ସଚିବ

ପାଖେଇ ଆସିଲାଣି ନିର୍ବାଚନ ସମୟ I ଏପଟେ ଖରାର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି I ଉଭୟ ଖରା ଏବଂ ନିର୍ବାଚନ କୁ ଆଖି ଆଗରେ ରଖି ଆଗାମୀ ଖରାଦିନେ ବିଦ୍ୟୁତ କାଟ ହେବନି ବୋଲି ଘୋଷଣା ହେଇଚି I ଏବର୍ଷ ଖରାଦିନେ ବିଦ୍ୟୁତ କାଟ ହେବନି ବୋଲି ଶକ୍ତି ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଥିବା ବେଳେ ପରିସ୍ଥିତି କିନ୍ତୁ ଭିର୍ଣ୍ଣ କହୁଛି I ଏବେଠାରୁ ଅଧିକାଂଶ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ରେ ତ୍ରାହି ତ୍ରାହି ଡାକିଲେଣି I ଅପରପକ୍ଷରେ ଏବର୍ଷ ବିଦ୍ୟୁତ ଗ୍ରାହକ ସଂଖ୍ୟାରେ ବହୁ ପରିମାଣରେ ବୃଦ୍ଧି ହେଇଚି କିନ୍ତୁ ଆବଶ୍ୟକ ଦୈନିକ ମେଗାୱାଟ ଯେତିକି ଅଛି ସେଥିରେ ସମସ୍ତଙ୍କୁ ବିଦ୍ୟୁତ ଯୋଗାଇବା ସମ୍ଭବ ହେବ ନାହିଁ I

Leave a Reply

Your email address will not be published. Required fields are marked *