ବିବାଦୀୟ ପୂର୍ତ୍ତ ସଚିବ ନଳିନୀ ଙ୍କୁ ପୁରସ୍କାର :ସମ୍ବଲପୁର ଲୋକସଭା ଟିକେଟ

ଗତକାଲି ବିଜେଡି ର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାଥୀ ଘୋଷଣା ହେଇଥିବା ବେଳେ ସମ୍ବଲପୁର ଲୋକସଭା ପାଇଁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ଙ୍କ ନାମ ଘୋଷଣା କରାଯାଇଛି I ଏହାକୁ ନେଇ ଏବେ ସବୁଆଡେ ଆଲୋଚନା କରାଯାଉଛି I କିଛିଦିନ ଧରି ନଳିନୀ ଙ୍କୁ ନେଇ ଚର୍ଚ୍ଚା ହେଇଥିଲା ,ପରେ ସେ ଇସ୍ତଫା ଦେଇ ବିଜେଡି ରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେଇଥିଲେ I ସମ୍ବଲପୁର ଲୋକସଭା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନାମ ଘୋଷଣା କରି ପ୍ରଶଂସା ରେ ପୋତି ପକାଇଛନ୍ତି , କହିଛନ୍ତି କି ତାଙ୍କ ସମୟରେ ଯେଉଁଭଳି ଭାବରେ ସଡକ ଗମନାଗମନ କାର୍ଯ୍ୟ ତ୍ୱରାନ୍ୱିତ ହେଇଚି ଏଥିପାଇଁ ସେ ପ୍ରସଂଶା ଯୋଗ୍ୟ I

ଅପରପକ୍ଷରେ ନଳିନୀ ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ସୋସିଆଲ ମିଡ଼ିଆ ରେ ପ୍ରଶ୍ନ ଉଠିଛି I ସବୁବେଳେ ବିବାଦ ରେ ରହିଆସିଛନ୍ତି ନଳିନୀ I ଚାଲନ୍ତୁ ଜାଣିବା ତାଙ୍କ ବିବାଦୀୟ ଘଟଣା ବିଷୟରେ କିଛି I 1) ଚାକିରି କାର୍ଯ୍ୟକାଳ ସମାପ୍ତ ହେଇଥିଲେ ମଧ୍ୟ ଏକବର୍ଷ ପାଇଁ ବୃଦ୍ଧି କରାଯାଇଥିଲା I 2)ସରକାରୀ ଚାକିରୀ ରେ ଥିବା ସମୟରେ ତାଙ୍କ ଫଟ ବିଜେଡି ନେତାଙ୍କ ବ୍ୟାନର ରେ ଲାଗିଥିଲା ,ଯାହାକୁ ନେଇ ଚର୍ଚ୍ଚା ଚାଲିଥିଲା I
3) ନଳିନୀ ଙ୍କ ସମୟରେ ବମିଖାଲ ରେ ଓଭରବ୍ରିଜ ଭୁଶୁଡ଼ି ପଡିଥିଲା ,

ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ନଳିନୀ ଙ୍କ ଅଯାଚିତ ଅନୁକମ୍ପା ରହିଥିବା ଜୋରଦାର ଚର୍ଚ୍ଚା ହେଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା

I ସେ ପଦବୀରୁ ଇସ୍ତଫା ଦେଇଥିଲେ I ବମିଖାଲ ଓଭରବ୍ରିଜ ସେପ୍ଟେମ୍ବର ମାସରେ ଭୁଶୁଡି ପଡି ଜଣେ ବାଇକ ଚାଳକ ଙ୍କ ଜୀବନ ନେଇଥିବା ବେଳେ 10ଜଣ ଶ୍ରମିକ ଗୁରୁତର ହେଇଥିଲେ ,ପୁନର୍ବାର ମେ ମାସରେ ବ୍ରିଜ ରୁ ଲୁହା ଖସି ଦୁଇ ଶ୍ରମିକ ଗୁରୁତର ହେଇଥିଲେ I4) ନଳିନୀ ଙ୍କ କାର୍ଯ୍ୟକାଳ ସମୟରେ ୮ଟି ପୋଲ ଭୁଶୁଡ଼ି ପଡ଼ିଥିଲା ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ ଆଣିଥିଲେ I

Leave a Reply

Your email address will not be published. Required fields are marked *