ବିନା ଅନ୍ତବସ୍ତ୍ର ରେ ମୋତେ ଫଟୋ ଓ ଭିଡ଼ିଓ ଶୁଟ ପାଇଁ କହିଥିଲେ ପୂର୍ବତନ ସେଂସର୍ ବୋର୍ଡ ର ମୁଖ୍ୟ ପହଲାଜ୍ ନିହଲାନି: କଙ୍ଗନା

ବଲିଉଡ୍ ନାୟିକା କଙ୍ଗନା ପୂର୍ବତନ ସେନ୍ସର୍ ବୋର୍ଡ ର ମୁଖ୍ୟ ରହିଥିବା ପହଲାଜ୍ ନିହଲାନି ଙ୍କ ବିଷୟରେ ନିଜର ଏକ ବୟାନ ଦେଇ କହିଛନ୍ତି ଯେ, ପହଲାଜ୍ ନିହଲାନି ମୋତେ ବିନା ଅନ୍ତାବସ୍ତ୍ର ରେ ଫଟୋ ଓ ଭିଡିଓ ପାଇଁ କହିଥିଲେ।

କଙ୍ଗନା ଙ୍କ ଏହି ବୟାନ ମିଡ଼ିଆ ରେ ଘୁରି ବୁଲିବା ପରେ ନିଜର ପକ୍ଷ ରଖିଛନ୍ତି ଏବେ ପହଲାଜ୍ ନିହଲାନି।

ସେ ଏହା ମଧ୍ୟ କହିଛନ୍ତି ଯେ କଙ୍ଗନା ଙ୍କୁ ଏହି ପରି ଫଟୋ ପାଇଁ ମହେଶ ଭଟ୍ଟ ତାଙ୍କୁ ଫିଲ୍ମ୍ ଦେଇଥିଲେ। ମୁଁ ତାଙ୍କୁ ୩ ଟି ଫିଲ୍ମ୍ ପାଇଁ ଆଫର୍ ଦେଇଥିଲି କିନ୍ତୁ ମାତ୍ର ଗୋଟେ ଫିଲ୍ମ୍ ପାଇଁ ତାଙ୍କୁ ଏହି ପରି ଫଟୋ ଉଠାଇବାକୁ ପଡ଼ିଥିଲା। ଯାହା ପାଇଁ ମୋତେ ଦେଢ଼ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥିଲା।

ଏବଂ ସେହି ଫଟୋ ଏବଂ ଭିଡ଼ିଓ ସବୁ ଦେଖିଲା ପରେ ମହେଶ ଭଟ୍ ତାଙ୍କୁ ଗ୍ୟାଙ୍ଗ ଷ୍ଟାର୍ ଫିଲ୍ମ୍ ପାଇଁ ସୁଯୋଗ ଦେଇଥିଲେ ଯାହା ପରେ ପରେ କି କଙ୍ଗନା ମୋର ୩ଟି ଯାକ ଫିଲ୍ମ୍ କୁ ପ୍ରତ୍ୟାଖାନ କରିଦେଇଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ

କଙ୍ଗନା ମୋ ସହ ଖେଳିବା ଠିକ୍ ନୁହେଁ, କାହିଁକି ନା ତାଙ୍କ ପାଖେ ମୋ ସହ ଖେଳିବା ପାଇଁ କିଛି ନାହି, ହେଲେ ମୋ ପାଖରେ ତାଙ୍କ ସହ ଖେଳିବାକୁ ବହୁତ୍ କିଛି ଅଛି।

Leave a Reply

Your email address will not be published. Required fields are marked *