ଆଜି ଆର୍ଥ ଆୱାର ,ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସର ୩୦ ତାରିଖ ଦିନ” ଆର୍ଥ ଆୱାର ୨୦୧୯ ” ପାଳନ କରାଯିବ ।ଆଜିର ଦିନରେ ଅର୍ଥାତ୍ ୩୦ – ୦୩ -୧୯ ତାରିଖ ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା। ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ। ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ଜଳବାୟୁର କ୍ରମାଗତ ଅସ୍ବାଭାବିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ଠାରେ ୨୨ ଲକ୍ଷ ଲୋକ ୧ ଘଣ୍ଟା ପାଇଁ ସମସ୍ତ ଲାଇଟକୁ ଅଫ୍ କରି ଆର୍ଥ ଆୱାର ପ୍ରଥମ ଥର ପାଳନ କରିଥିଲେ।

ତା’ପର ବର୍ଷ ୩୫ ଦେଶର ୫ କୋଟି ଲୋକ ଏହାକୁ ପାଳନ କଲେ। ଏହା କ୍ରମଶଃ ପୃଥିବୀବାସୀଙ୍କ ଦ୍ୱାରା ଅହେତୁକ ଆଦୃତ ହୋଇପାରିବା ବର୍ତ୍ତମାନ ୧୮୭ ଦେଶର ୭୦୦୦ ସହର ଗତବର୍ଷ ଆର୍ଥ ଆୱାର ପାଳନ କରିଥିଲେ।
ଆର୍ଥ ଆୱାର ପାଳନ କରିବା ପାଇଁ ଯେଉଁ ସଙ୍ଗଠନ ପରିକଳ୍ପନା କରିଥିଲା ତାହାର ନାମ ହେଲା ” WORLD WIDE FUND FOR NATURE ” ( WWF ). The symbol of commitment to the planet – ର ସ୍ବର୍ଗୀୟ ଭାବନା ନେଇ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଏଣୁ, ଆସନ୍ତୁ ପୃଥିବୀ ପାଇଁ ଗୋଟିଏ ଘଣ୍ଟା ର ସ୍ଲୋଗାନ ଦେଇ ବୈଦୁତିକ ଉପକରଣର ବ୍ୟବହାର ବନ୍ଦ ରଖିବା। ଆଲୋକର ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍ୟ ପନ୍ଥା ଅବଲମ୍ବନ କରିବା। ପୃଥିବୀକୁ ବଞ୍ଚାଇବା ସହିତ ନିଜେ ମଧ୍ୟ ବଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିବା। ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ସୁଦୃଢ଼ କରି ଗଢି ତୋଳିବା। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହାକୁ ବହୁଳ ମାତ୍ରାରେ ପ୍ରସାର ପାଇଁ ପଦକ୍ଷେପ ଗ୍ରହଣ କରିବାର ମଧ୍ୟ ଆବଶ୍ୟକତା ରହିଛି। ସାମାଜିକ ଗଣମାଧ୍ୟମର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଉପସ୍ଥାପନା – ଦିଲ୍ଲୀପ କୁମାର ସାହୁ, ସାଉଥକୋ ୟୁଟିଲିଟି, ଦାରିଙ୍ଗବାଡ଼ି

Leave a Reply

Your email address will not be published. Required fields are marked *