ଯୋଗ ପରେ ଖାଆନ୍ତୁ ଏହି ସବୁ ଖାଦ୍ୟ: ଦ୍ୱିଗୁଣ ଫାଇଦା ହେବ

ସାଧାରଣତଃ ଫିଟ୍ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥି ପାଇଁ ପିଲା ଠାରୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ଯୋଗ ଉପରେ ବେଶି ପ୍ରାଧାନ୍ୟ ଦେଇଛନ୍ତି। କିନ୍ତୁ ଅନେକ ସମୟରେ ଯୋଗ କରିସାରିବା ପରେ ଆମେ କ୍ଲାନ୍ତ ଅନୁଭବ କରୁ। ଆମ ଶରୀର ରୁ ସବୁ ଏନର୍ଜି ସରିଗଲା ପରି ଲାଗେ ଲ। ତେଣୁ ଏହି ସମୟରେ ପୋଷକ ତତ୍ତ୍ଵ ପରିପୂର୍ଣ୍ଣ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଆବଶ୍ୟକ।

ଶାରୀରିକ ଓ ମାନସିକ ଶାନ୍ତି ପାଇବା ଲାଗି ଯୋଗ ହେଉଛି ଉତ୍କୃଷ୍ଟ ମାଧ୍ୟମ। ଏହାକୁ ନିୟମିତ ଅଭ୍ୟାସ ରେ ପରିଣତ କରିବା ଦ୍ୱାରା ଆମେ ବହୁ ମାତ୍ର ରେ ଉପକୃତ ହୋଇଥାଉ। ଆପଣମାନେ ଯଦି ଯୋଗ ର ଉପଯୁକ୍ତ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ କିଛି କଥା ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

ଆମେ ସାଧାରଣତଃ ଯୋଗ କରିସାରିବା ପରେ ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରହିଥାଉ। କିନ୍ତୁ ଆମେ ଏପରି କିଛି ଖାଦ୍ୟ ଆଉ ପାନୀୟ ଗ୍ରହଣ କରିପାରିବା ଯାହା ଦ୍ଵାରା ଯୋଗ ର ଫାଇଦା ଦୁଇ ଗୁଣ ହୋଇଯିବ।

୧. ନଡ଼ିଆ ପାଣି :-

ଯୋଗା ପରେ ଆପଣ ବିନା କିଛି ଦ୍ଵନ୍ଦ ରେ ନଡ଼ିଆ ପାଣି ପିଇ ପାରିବେ। ଏଥିରେ ପ୍ରଚୁର ପରିମାଣ ରେ ସୋଡ଼ିୟମ୍, ପୋଟାସିୟମ ଏବଂ ପୋଷାକ ତତ୍ଵ ରେ ଭରପୁର ଅଟେ। ଯାହା କି ଶରୀର ପାଇଁ ହିତକର ଅଟେ।

୨. ତରଭୁଜ :-

ଯୋଗ ପରେ ତରଭୁଜ ଖାଇଲେ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣଙ୍କୁ କ୍ଲାନ୍ତ ଅନୁଭୂତ ହେଉଥାଏ ତେବେ ତରଭୁଜ ଖାଇବା ଦ୍ବାରା ଆପଣଙ୍କୁ ଏନର୍ଜି ମିଳିଥାଏ।

3. କଦଳୀ :-

ଯୋଗ ପରେ କଦଳୀ ଖାଇବା ମଧ୍ୟ ଶରୀର ପାଇଁ ହିତକର ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ଵ ଥକ୍କା ପଣ କୁ ଦୂର କରିଥାଏ।

୪. କମଳା :-

କମଳା ଶରୀର ପାଇଁ ବହୁତ୍ ହିତକର। କମଳା ରେ ଭିଟାମିନ ସି ପ୍ରଚୁର ପରିମାଣ ରେ ଥାଏ ଯାହା କି ଶରୀର କୁ ପ୍ରଚୁର ଏନର୍ଜି ଯୋଗାଇଥାଏ।

Leave a Reply

Your email address will not be published. Required fields are marked *