ପ୍ୟାନକାର୍ଡ ସହ ଆଧାର ଲିଙ୍କ ସମୟସୀମା ଆଉ ୬ ମାସ ବଢିଲା

କେନ୍ଦ୍ର ସରକାର ପ୍ୟାନ କାର୍ଡ ସହିତ ଆଧାର ଲିଙ୍କ୍ ର ସମୟ ସୀମା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି।ଅର୍ଥାତ୍ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନ କାର୍ଡ ସହିତ ଆଧାର ଲିଙ୍କ୍ କରି ହେବ।୨୦୧୮ ମସିହା ଜୁନରେ ସରକାର କହିଥିଲେ କି ମାର୍ଚ୍ଚ ୩୧ ୨୦୧୯ ସୁଦ୍ଧା ସମସ୍ତେ ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ କରିବା ଅନି୍ବାର୍ଯ୍ୟ ଅଟେ।

କିନ୍ତୁ ସମୟ ସୀମା ବଢ଼ାଇବା ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ କେନ୍ଦ୍ରୀୟ ପ୍ରତେକ୍ଷ ଟିକସ ବୋର୍ଡ ଏହି ନିୟମ କୁ ବୃଦ୍ଧି କରିଛନ୍ତି।କିନ୍ତୁ ଏପ୍ରିଲ୍ ୧ ତାରିଖରୁ ଆୟକର ରିଟର୍ଣ ଦାଖଲ ପାଇଁ ଆୟକର ବାଧ୍ୟତାମୂଳକ ହୋଇଯିବ।ଏହି ସମୟ ସୀମା ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୬ ଥର ବଢ଼ିଲାଣି।

Leave a Reply

Your email address will not be published. Required fields are marked *