ଜୁଆ ଖେଳରେ ଥିବା ୬ ଗଞ୍ଜାଙ୍କୁ ଗିରଫ କରି ହାଜତକୁ ଆଣିଲା ପୋଲିସ

ସାଧାରଣତଃ ଜୁଆ ଖେଳିବା ଏକ ଅପରାଧ ଅଟେ ,ସେଥିପାଇଁ ଜୁଆ ଖେଳୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥାଏ I କିନ୍ତୁ କେବେ ଶୁଣିଛନ୍ତି କି ଜୁଆ ଖେଳରେ ବାଜି ଲାଗିଥିବା ଗଞ୍ଜା ଗିରଫ ହେବାର ? ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି ହରିୟାଣା ରେ I ପ୍ରାପ୍ତ ସୂଚନା ଅନୁଯାଇ ଏକ ଅଞ୍ଚଳ ରେ ଜୁଆ ଖେଳୁଥିବାର ଖବର ପାଇ ସ୍ଥାନୀୟ ପୋଲିସ ସଦଳେବଳ ସେଠାରେ ପହଞ୍ଚିଯାଇଥିଲେ I ଘଟଣା ସ୍ଥଳରୁ ଜୁଆ ଖେଳରେ ସାମିଲ ଥିବା ୧୮ ଅଭିଯୁକ୍ତଙ୍କ ସମେତ ନଗଦ ୩୫ ହଜାର ଟଙ୍କା ଏବଂ ୩ଟି ବାଇକ୍‌ ଜବତ କରିଛନ୍ତି I

I ତେବେ ସେଠାରେ ଥିବା 6 ଗଞ୍ଜାଙ୍କୁ ମଧ୍ୟ ପୋଲିସ ଗିରଫ କରି ଥାନାକୁ ଆଣିଛି I ଗଞ୍ଜା ମାଲିକ ଙ୍କ ପତ୍ତା ନମିଳିବାରୁ ବାଧ୍ୟ ହେଇ ଶେଷରେ ପୋଲିସ ଗଞ୍ଜାକୁ ଉଠାଇ ଆଣିଛି ଏବଂ ଯେ ପର୍ଯ୍ୟନ୍ତ ମାଲିକ ଧରାପଡ଼ିନାହାନ୍ତି ସେ ପର୍ଯ୍ୟନ୍ତ ଗଂଜା ପୋଲିସ ହେପାଜତ ରେ ରହିବେ ବୋଲି ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *