ପାଠ ପଢିବାକୁ ଗଲା ବୋଲି ନାବାଳିକା କୁ ସାତଜଣ ପୁରୁଷ ମିଶି ମାରିଦେଲେ

ଝିଅଙ୍କୁ ପାଠ ପଢ଼ାଓ ,ଦେଶ କୁ ଉର୍ନ୍ନତି ରେ ଭାଗିଦାରୀ କରାଅ ର ନାରା ଦେଉଥିବା ଆମ ଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ବିହାରର ମୁଜାଫୁର ଗାଁର ସାନପୁରା ଗାଁ I ସେଠାରେ ପୁନମ ନାମକ ଏକ ଝିଅ ପାଠ ପଢ଼ିବାକୁ ଯାଇ ଜୀବନ ଦେଇଛି I ଗାଁର ସାତଜଣ ପୁରୁଷ ତାର ହତ୍ୟା କରିଦେଲେ I ଅପରାଧୀ 17 ବର୍ଷର ଝିଅର ସ୍କୁଲ ଯିବା ରୋକିବାକୁ ଚାହୁଁଥିଲେ I କିନ୍ତୁ ସେ ସ୍କୁଲ ଯିବା ଓ ପଢିବା ଚାଲୁ ରଖିଲା I ସେଥିପାଇଁ ସେମାନେ ଘରେ ପଶି ତାକୁ ମାରିଦେଲେ I ପୁରା ଘଟଣା ରବିବାର ଦିନ ସାମ୍ନାକୁ ଆସିଲା I

ଯେତେବେଳେ ମରିଥିବା ଝିଅର ଭାଇ ମୋତୀପୁର ପୋଲିସ ଷ୍ଟେସନରେ ରିପୋର୍ଟ କଲା ସେ କହିଲାକି ଶୁକ୍ରବାର ଦିନ ରାତିରେ ସେ ଗାଁ ବାହାରେ ଥିଲା ସେତେବେଳେ ଅପରାଧୀମାନେ ତା ଭଉଣୀର ହତ୍ୟା କରିଥିଲେ I ତାପରେ ତାକୁ ଫୋନ କଲେକି ତା ଭଉଣୀ ଆତ୍ମହତ୍ୟା କରିଦେଇଛି I ଯେତେବେଳେ ସେ ଘରେ ପହଁଚିଲା ଅପରାଧୀମାନେ ତାକୁ ଧମକାଇଲେ ଓ କହିଲେ ସାଂଗେସାଂଗେ ତାର ଅନ୍ତିମ ସତ୍କାର କରିବାକୁ I ତାକୁ ଓ ତାର ପୁରା ପରିବାରକୁ ଘର ଭିତରେ ବନ୍ଦୀ କଲେ I

ସେହି ଗାଁରେ ସବୁ ଝିଅ ଅଷ୍ଟମ କ୍ଲାସରୁ ଅଧିକ ପଢିପାରିବେ ନାହିଁ I ପୁନମ ଦ୍ଵାଦଶରେ ପଢୁଥିଲା I ପରିବାର ଲୋକ ତାକୁ ଆଗକୁ ପଢେଇବାକୁ ଚାହୁଁଥିଲେ I ସାହି ସମାଜ ବିରୋଧରେ ଯାଇଥିବା ଝିଅକୁ ଶେଷରେ ମୃତ୍ୟୁଦଣ୍ଡ ଭୋଗିବାକୁ ପଡିଲା I

Leave a Reply

Your email address will not be published. Required fields are marked *