୨. ୪ ବିଲିୟନ୍‌ ଡଲାର୍‌ରେ ଭାରତକୁ ୨୪ଟି ‘ରୋମିଓ ସିହକ୍‌’ ହେଲିକପ୍ଟର୍‌ ବିକ୍ରି ପାଇଁ ଆମେରିକାର ଅନୁମୋଦନ

ବିଲିୟନ୍ ଡଲାର ବିନିମୟ ରେ ଭାରତ କୁ ୨୪ ଟି ‘ ମଲ୍ଟି- ରୋଲ୍ ଏମ୍ ଏଚ-୬୦ ‘ ରୋମିଓ ‘ ସିହକ୍ ହେଲିକପ୍ଟର ‘ ବିକ୍ରି ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଅନୁମୋଦନ କରିଥିବା କଥା ବୈଦେଶିକ ବିଭାଗ ମଙ୍ଗଳବାର ଦିନ କହିଛି।

ଏହି ଦୁଇ ସପ୍ତାହ ହବ ଭାରତ ଏହି ନିଷିଦ୍ଧ ବୁଡାଯାହଜ ବିରୋଧୀ ହନ୍ଟର ହେଲିକପ୍ଟର ଆବଶ୍ୟକ କରି ଆସୁଥିଲା।

ବୁଡାଜହଜ ଗୁଡ଼ିକ କୁ ଖୋଜିବା, ଜାହାଜ ଗୁଡିକ କୁ ଧକ୍କା ଦେଇ ପକାଇବା, ଓ ସମୁଦ୍ର ରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ‘ ଲକହିଡ ମାର୍ଟିନ ‘ କମ୍ପାନୀ ନିର୍ମିତ ହେଲିକପ୍ଟର ଭାରତ ର ପୁରାତନ ବ୍ରିଟିଶ୍ ନିର୍ମିତ ସ୍କାଏ କିଙ୍ଗ ହେଲିକପ୍ଟର ଗୁଡ଼ିକର ସ୍ଥାନ ଗ୍ରହଣ କରିବ।

୨୪ ଟି ଏମ୍ ଏଚ -୬୦ ମଲ୍ଟି ମିଶନ ହେଲିକପ୍ଟର ବିକ୍ରୟ ଲାଗି ଅନୁମୋଦନ କରିଥିବା କଥା ମଙ୍ଗଳବାର ଦିନ ଟ୍ରମ୍ଫ ପ୍ରଶାସନ କଂଗ୍ରେସ କୁ ବିଜ୍ଞପ୍ତି ଦେଇଛି।

ବିଜ୍ଞପ୍ତି ରେ ବୈଦେଶିକ ବିଭାଗ କଂଗ୍ରେସ କୁ କହିଛି ଯେ ଏହି ବିକ୍ରି ଭାରତ – ଆମେରିକା ଯୁଦ୍ଧ ନୀତି ସମ୍ପର୍କ କୁ ମଜଭୁତ କରି ଯୁକ୍ତରାଷ୍ଟ୍ର ଆମେରିକା ର ବୈଦେଶିକ ନୀତି ଓ ଜାତୀୟ ନିରାପତ୍ତା କୁ ସୁଦୃଢ କରିବ।

Leave a Reply

Your email address will not be published. Required fields are marked *