ସାଇକେଲ୍‌ ଚଢ଼ିଯିବାରୁ ,ପାଖରେ ଥିବା 10ଟଙ୍କା ଏବଂ କୁକୁଡ଼ା ଛୁଆକୁ ନେଇ ହସ୍ପିଟାଲ ରେ ପହଞ୍ଚିଲା କୁନି ବାଳକ

ସାହାଯ୍ୟ,ପରୋପକାରତା ଆଜିକା ଯୁଗରେ ଯେପରି ବିରଳ ହେଇଗଲାଣି, ସମସ୍ତେ କେବଳ ସ୍ୱାର୍ଥରେ ବନ୍ଧା I ନିଜ ସ୍ୱାର୍ଥ ଛଡା ଆଉ ଯେପରି ଅନ୍ୟ କିଛି ନାହିଁ I ତେବେ ଛୋଟ ଶିଶୁ ମାନଙ୍କ ହୃଦୟ ସବୁବେଳେ ନିର୍ମଳ ଏବଂ ନିଷ୍ପାପ Iନା ସେମାନଙ୍କ ମନରେ ଅଛି ଛଳନା ,ନା କପଟ I ଯାହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି I ସୋସିଆଲ ମିଡ଼ିଆ ରେ ମଧ୍ୟ ଏହା ସମସ୍ତଙ୍କ ହୃଦୟ ଛୁଇଁବାକୁ ଲାଗିଛି I ଘଟଣାଟି ମିଜୋରାମ୍‌ର। ସୋସିଆଲ ମିଡିଆରେ ଏକ ଛୋଟ ପିଲାର ହାତରେ ଟଙ୍କା ଏବଂ ଆର ହାତରେ ଏକ ଛୋଟ କୁକୁଡ଼ା ଛୁଆ ଥିବାର ଫୋଟୋ ନିହାତି ଭାବରେ ଆପଣ ଦେଖିଥିବେ I

କିନ୍ତୁ ଏହା ଭିତରେ ଲୁଚି ରହିଛି ହୃଦୟକୁ ଥରାଇଦେଲା ଭଳି ଏକ ଭଲପାଇବା I ଛୋଟ ନିରୀହ ନିଷ୍ପାପ କୁନି ପୁଅର ସରଳ ମନର କଥା I ସୂଚନା ଅନୁଯାଇ ମିଜୋରାମ୍‌ର ଏକ କୁନି ପିଲା ସାଇକେଲ ଶିଖୁ ଶିଖୁ ପଡୋଶୀ ଘରର କୁନି କୁକୁଡ଼ା ଛୁଆ ସହିତ ସାଇକେଲ ମାଡ କରିଦେଇଥିଲା , ଫଳରେ କୁକୁଡ଼ା ଛୁଆ ଟି ଖଣ୍ଡିଆ ଖାବରା ହେଇ ଯୋରରେ ପାଟି କରିବାରୁ ,କୁନି ପିଲାଟି ତା ଆକୁଳ ଚିତ୍କାର ସହିପାରିନଥିଲା ,ଚଟାଣରୁ କୁକୁଡ଼ା ଛୁଆ କୁ ଧରି ,ପାଖରେ ଥିବା 10ଟଙ୍କା ନେଇ ଘର ନିକଟସ୍ଥ ହସ୍ପିଟାଲ ରେ ପହଞ୍ଚିଥିଲା ଏବଂ ସମସ୍ତଙ୍କୁ ବିକଳରେ ଅନୁରୋଧ କରୁଥିଲା କୁକୁଡ଼ା ଛୁଆକୁ ଭଲ କରିଦେବାକୁ I

କିଛିଲୋକ ଏହାକୁ ହସରେ ଉଡାଇଦେଇଥିବା ବେଳେ ଅଧିକାଂଶ ଛୋଟ ପିଲାର ସରଳ ମନର ଭଲପାଇବାକୁ ପ୍ରସଂଶା କରିଛନ୍ତି I

Leave a Reply

Your email address will not be published. Required fields are marked *