ଗଣମାଧ୍ୟମ ରେ ଚର୍ଚିତ ଚେହେରା ଙ୍କୁ ଟିକେଟ ଦେଲାନି ବିଜେଡି

ବିଜେଡି ବିଜେପି ଏବଂ କଂଗ୍ରେସ ର ଅଧିକାଂଶ ପ୍ରାଥୀ ଙ୍କ ନାମ ଘୋଷଣା ସରିଥିବା ବେଳେ ଆଉ ମାତ୍ର ଅଳ୍ପ କେତୋଟି ଆସନ ବାକି ଅଛି I ତେବେ ଦଳର ସବୁଠୁ ଚର୍ଚିତ ଥିବା କିଛି ନେତାଙ୍କୁ ଏପର୍ଯ୍ୟନ୍ତ ଟିକେଟ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ଯେଉଁମାନେ ଅଧିକାଂଶ ସମୟରେ ଟିଭି ରେ ଦଳ ପାଇଁ ଲଢେଇ କରିଥାନ୍ତି ସେମାନଙ୍କୁ ମୈଦାନ ରେ ଲଢେଇ କରିବାକୁ ଟିକେଟ ମିଳିନାହିଁ I ସସ୍ମିତ ପାତ୍ର :ବିଜେଡି ରେ ନିଜର ଆଧିପତ୍ୟ ବିସ୍ତାର କରିବା ସହିତ ଗଣମାଧ୍ୟମ ଗୁଡିକରେ ନିଜର ଶାଣିତ ଯୁକ୍ତି ଦ୍ୱାରା ସବୁବେଳେ ଚର୍ଚ୍ଚାରେ ଥିବା ସସ୍ମିତ ପାତ୍ର ଙ୍କ ନାମ କନ୍ଧମାଳ ଲୋକସଭା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି I ଦଳ ତରଫରୁ ଟିକେଟ ମିଳିନାହିଁ I

ସୁଲୋଚନା ଦାସ :କଂଗ୍ରେସ ମୁଖପାତ୍ର ସୁଲୋଚନା କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେବାପରେ ତାଙ୍କୁ ବିଜେଡି ମୁଖପାତ୍ର ଦାୟିତ୍ୱ ମିଳିଥିଲା ,ଏବଂ ଗଣମାଧ୍ୟମ ରେ ବିଜେଡି ପାଇଁ ତାଙ୍କ ଯୁକ୍ତି ଦେଖିବାକୁ ମିଳୁଥିଲା I ସେ ବରୀ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନାହିଁ IIକୁନାତ୍ରିପାଠୀ :ବିଜେଡି ପାଇଁ ଘନ ଘନ ପ୍ରଚାର କରୁଥିବା କୁନାତ୍ରିପାଠୀ ଶେଷରେ ସମୟ ଅଭାବ ର ଆଳ ଦେଖାଇ ଓଟିଭି ନିଉଜ ଫିଉଜ ଛାଡି ପରେ ନିଉଜ ୱାର୍ଲଡ ରେ ମିଶିଥିଲେ I କୁନା ଙ୍କୁ କଟକ ଲୋକସଭା ଟିକେଟ ମିଳିବ ବୋଲି ଚର୍ଚା ହେଉଥିଲା ,ନିଜେ କୁନା ତ୍ରିପାଠୀ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ କିନ୍ତୁ କଟକ ପାଇଁ ତାଙ୍କୁ ଟିକେଟ ଦିଆଗଲା ନାହିଁ I

ସୁବାସ ସିଂହ :ଗଣମାଧ୍ୟମ ଗୁଡିକରେ ସବୁବେଳେ ବିରୋଧୀ ଙ୍କୁ ଟକ୍କର ଦେଉଥିବା ବରିଷ୍ଠ ନେତା କଟକ ବାରବାଟୀ ଆସନ ପାଇଁ ଲଢ଼ିବାକୁ ଇଛୁକ ଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି I

ତେଜେଶ୍ୱର ପରିଡ଼ା:ପ୍ରାୟତ ଗଣମାଧ୍ୟମ ରେ ସବୁବେଳେ ତେଜେଶ୍ୱର ଙ୍କୁ ଦେଖିବାକୁ ମିଳେ ଡିବେଟ ରେ ,ସେ ପାଟକୁରା ଆସନ ପାଇଁ ଇଛୁକ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନାହିଁ I ସେହିଭଳି ଲେନିନ୍ ମହାନ୍ତି ଏବଂ ସୁଲତା ଦେଓ ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଦଳ ଟିକେଟ ଦେଇନାହିଁ I

ବିଜେପି ର ମଧ୍ୟ ସବୁବେଳେ ଗଣମାଧ୍ୟମ ରେ ଚର୍ଚ୍ଚା ରେ ଥିବା ରାଜ୍ୟ ଉପସଭାପତି ସମୀର ମହାନ୍ତି , ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ଟିକେଟ ପାଇନାହାନ୍ତି I ଯଦିଓ ଚର୍ଚ୍ଚା ହେଉଛି କି ଜଗତସିଂହପୁର ଲୋକସଭା ରୁ ନିର୍ବାଚନ ଲଢ଼ିପାରନ୍ତି ଲେଖାଶ୍ରୀ ,ତେବେ ଏନେଇ କୌଣସି ସୂଚନା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *