ବସ୍ତା ରୁ ରଘୁନାଥ ଜାଣନ୍ତୁ ଆଉ କିଏ କେଉଁଠୁ ପ୍ରାଥୀ ହେଲେ

ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ପ୍ରାର୍ଥୀ କଲା ବିଜେପି
ବିଜେପି ଗତକାଲି ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି । କିଛିଦିନ ତଳେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା ବିଜେଡି ର ବଳିଷ୍ଠ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ବିଜେପି ରୁ ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ମିଳିଛି I ବିଜେଡି ରେ ଆଉ ନୈତିକତା ନାହିଁ ,ଏହା ପଥଭ୍ରଷ୍ଟ ହେଇଛି ବୋଲି ଅଭିଯୋଗ କରି ଦଳ ଛାଡିଥିଲେ ଏହି ଟାଣୁଆ ନେତା I

ବସ୍ତା ରେ ରଘୁନାଥ ଟିକେଟ ପାଇଥିବା ବେଳେ ନିଆଳି ପାଇଁ ଛବି ମଲ୍ଲିକ,ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ଚମ୍ପୁଆ ପାଇଁ ମୁରଲୀ ଶର୍ମା ଙ୍କୁ ବିଜେପି ଟିକେଟ ମିଳିଛି I

Leave a Reply

Your email address will not be published. Required fields are marked *