ବିବାଦ ରେ ଗୁଗୁଲ୍ ପେ: ପେମେଣ୍ଟ୍ ପାଇଁ ରିଜର୍ଭ ବ୍ୟାଙ୍କ୍ ଦେଇନି ଅନୁମତି

ୟୁ ପି ଆଇ ସହାୟତା ରେ ପେମେଣ୍ଟ ପ୍ରଦାନ କରୁଥିବା ଗୁଗୁଲ୍ ର ଆପ ଗୁଗୁଲ ପେ ଏବେ ବିବାଦ ରେ ଛନ୍ଦି ହୋଇପଡିଛି। ଏହି ଆପ କୁ ନେଇ ଦିଲ୍ଲୀ ହାଇ କୋର୍ଟ ଆପତ୍ତି ଉଠାଇଛନ୍ତି ।

ରିଜର୍ଭ ବ୍ୟାଙ୍କ୍ ର ବିନା ଅନୁମତି ରେ କିପରି ଏହି ଆପ ପେମେଣ୍ଟ ସୁବିଧା ଯୋଗାଉଛି ଏହାକୁ ନେଇ ନିଜର ପକ୍ଷ ରଖିବାକୁ ଗୁଗୂଲ୍ ଇଣ୍ଡିଆ କୁ ନୋଟିସ୍ ମଧ୍ୟ ଦିଆ ଯାଇଛି ।

ଏହି ଆପ ଭାରତ ରେ ରିଜର୍ଭ ବ୍ୟାଙ୍କ୍ ର ପେମେଣ୍ଟ ଆଣ୍ଡ ସେଟେଲ ମେଣ୍ଟ ନିୟମ ପାଳନ କରୁନଥିବା ନେଇ ହାଇ କୋର୍ଟ ରେ ଏକ ଜନ ସ୍ୱର୍ଥ ମାମଲା ଦାୟର କରାଯାଇଥିଲା।

ତାହାର ଶୁଣାଣି କଲା ବେଳେ ଏହି ଆପ ଏହି ନିୟମ ଗୁଡିକ ଉଲଂଘନ କରିଥିବା ଜାଣିବାକୁ ମିଳିଥିଲା।

ପେମେଣ୍ଟ ସେବା ପ୍ରଦାନ କରିବା ପାଇଁ ଯେଉଁ ସବୁ ଆପ କୁ ରିଜର୍ଭ ବ୍ୟାଙ୍କ୍ ଅନୁମତି ପ୍ରଦାନ କରିଛି ସେଥିରେ ଏହି ଆପ ର ନା ମଧ୍ୟ ନାହିଁ ତେବେ କିପରି ଏହି ପେମେଣ୍ଟ ସେବା ପ୍ରଦାନ କରୁଛି ତାହାକୁ ନେଇ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହା କେବଳ ଆଇନ ର ଉଲଂଘନ କରୁନାହିଁ ବରଂ ଲୋକମାନଙ୍କ ତଥ୍ୟ ର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *