ଚଉଠି ରାତିରେ ସ୍ୱାମୀଙ୍କୁ ଗୁଳି କରିଦେଲା ସ୍ତ୍ରୀ, ଅଧା ରହିଗଲା ଚଉଠି ରାତି

କୁହାଯାଏ ସ୍ୱାମୀ ସ୍ତ୍ରୀ ସମ୍ପର୍କ ସାତ ଜନମ ପାଇଁ I ବିବାହ ପରେ ଦୁହେଁ ଦୁହିଁଙ୍କର ସାତ ଜୀବନର
ସାଥି ପାଲଟିଯାଇଥାନ୍ତି I ବିବାହ ର ପ୍ରଥମ ରାତି ଚତୁର୍ଥୀ ରେ ଦୁହିଁଙ୍କର ମିଳନ ହେଇଥାଏ I ଏହି ରାତିକୁ ନେଇ ସମସ୍ତଙ୍କର ଅନେକ ଆଶା ଏବଂ ଆକାଂକ୍ଷା ରହିଥାଏ I
ତେବେ ଚତୁର୍ଥୀ ରାତିରେ ଜଣେ ସ୍ତ୍ରୀ ତା ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରିଛି I ଘଟଣାଟି ଉତ୍ତର ପ୍ରଦେଶ ର ସୀତାପୁର ଜିଲ୍ଲା ଅନ୍ତର୍ଗତ ହାଲପୁର ଗ୍ରାମର I ସୂଚନା ଅନୁଯାଇ ଏହି ଗ୍ରାମର ପୁସ୍କର ଏବଂ ରୁବି ଙ୍କ ସହିତ ଆଡମ୍ବର ସହକାରେ ବିବାହ ସମ୍ପର୍ଣ୍ଣ ହେଇଥିଲା I

ଉଭୟ ପରିବାର ବିବାହ କୁ ନେଇ ଖୁଶିରେ ଥିବାବେଳେ ବର କନ୍ୟାଙ୍କର ଆକାଂକ୍ଷିତ ପ୍ରଥମ ରାତିରେ କନ୍ୟା ବର କୁ ଗୁଳି କରି ମାରିଦେଇଥିଲେ I ଶବ୍ଧ ଶୁଣି ପୁସ୍କରଙ୍କ ବଡଭାଇ କବାଟ ଖୋଲିବାରୁ ଦେଖିବାକୁ ପାଇଥିଲେ କି ତାଙ୍କ ସାନ ଭାଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଛି I ବର ପାଖରେ କନ୍ୟା ତଳେ ବସି ରହିଥିଲା Iଘଟଣା ସମ୍ପର୍କ ରେ ପୋଲିସ ଜାଣିବା ପରେ କନ୍ୟାକୁ ଗିରଫ କରି ପଚରା ଉଚରା ଜାରି ରଖିଥିବା ବେଳେ କନ୍ୟା ମାନିଛନ୍ତି ଯେ ତାଙ୍କ ବର କୁ ହତ୍ୟା କରିଛନ୍ତି କିନ୍ତୁ କାରଣ କହିନାହାନ୍ତି I ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *