କଞ୍ଚା ପିଆଜ ଖାଇବା ଦ୍ୱାରା ମିଳିଥାଏ ଏତେ ସବୁ ଫାଇଦା ,ଖରାଦିନେ ନିହାତି ଖାଆନ୍ତୁ

ସାଧାରଣତଃ ଓଡ଼ିଆ ଲୋକଙ୍କର ପିଆଜ ଏକ ନିତିଦିନିଆ ଖାଦ୍ୟ ,ଏପରିକି ପଖାଳ ଭାତ ରେ ପିଆଜ ର ସ୍ୱାଦ ନିଆରା I ବହୁ ଲୋକ କଞ୍ଚା ପିଆଜକୁ ସାଲଟ ଭାବେ ଖାଇଥାନ୍ତି I କଞ୍ଚା ପିଆଜରେ ବହୁ ମାତ୍ରାରେ ଫାଇବର ଥାଏ ଖାଇବା ସମୟରେ ଏହି ଫାଇବର ଆମ ଶରୀର ଭିତରକୁ ଯାଇଥାଏ ଯାହାକି ଆମକୁ କସିପେସନରୁ ମୁକ୍ତି ଦେଇଥାଏ I ଯେଉଁ ଲୋକ ସକାଳୁ ଫ୍ରେସ ହୋଇନଥାନ୍ତି ସେମାନେ ଏହାକୁ ସାଲଟ ଆକାରରେ ନେଲେ ଭଲ ହେବ I କଞ୍ଚା ପିଆଜ ଡାଇବେଟିସ ପାଇଁ ବହୁତ ଭଲ ଖାଦ୍ୟପଦାର୍ଥ ହୋଇପାରେ I

କଞ୍ଚା ପିଆଜ ଖାଇଲେ ବହୁ ପ୍ରକାରର କ୍ୟାନ୍ସର ରୋଗକୁ କମାଇଥାଏ I ରିସର୍ଚ ଅନୁସାରେ ପ୍ଲେଟଲେଟକୁ ଏକ ଜାଗାରେ ଜମା ହେବାର ପ୍ରକିୟାକୁ କମ କରିଦେଇଥାଏ I କଞ୍ଚା ପିଆଜ ଖାଇଲେ ନାଡିରେ ବ୍ଳକେଜ ହେବାର ସମ୍ଭାବନା ବହୁତ କମ ରହିବ I ଯଦି ଆପଣଙ୍କର ଥୋଡ଼ିରେ ବ୍ୟାକ୍ଟେରିଆ ଇନଫେକ୍ସନ ଥାଏ ବା ମାଢିରେ ରକ୍ତ ବାହାରୁଥାଏ ତାହେଲେ କଞ୍ଚା ପିଆଜ ଆପଣଙ୍କ ପାଇଁ ବହୁତ ଫାଇଦା ହେବ

Iକଞ୍ଚା ପିଆଜ ହାଇ ବ୍ଲଡ଼ ପ୍ରେସର ରୋଗୀମାନଙ୍କ ପାଇଁ ମଧ୍ୟ ବହୁ ଫାଇଦା ଅଟେ I ପିଆଜର ଆଉ ଏକ ତତ୍ୱ ଥାଏ କୋଲେଟ ଯାହା ଡିପ୍ରେସନକୁ କମ କରିଥାଏ I ଯଦି ଆପଣ କଞ୍ଚା ପିଆଜ ଖାଉଛନ୍ତି ତ ଆପଣଙ୍କୁ ନିଦ ଭଲ ଆସିବ ଓ ମନ ବି ଭଲ ରହିବ I ଏହା ଆଖି ପାଇଁ ବହୁତ ଭଲ ,

ପିଆଜର ଏକ ତତ୍ୱ ଥାଏ ସେଲିନିୟମ ଯାହା ଆପଣଙ୍କର ଆଖିରେ ଥିବା ଭିଟାମିନ-ଇ କୁ ସପୋର୍ଟ କରିଥାଏ I ଆପଣଙ୍କର ଆଖିର ସ୍ୱାସ୍ଥକୁ ବଢ଼ାଇଥାଏ I

Leave a Reply

Your email address will not be published. Required fields are marked *