ଟିକେଟ ନମିଳିବାରୁ ରୂଷିଛନ୍ତି କି କୁନା ବାବୁ ! ବିଜେଡି ବିରୁଧରେ ଦେଖାଇଲେ ଦିହକୁ ନେବେନି ରେ

ଓଟିଭି ନିଉଜ ଫିଉଜ ଛାଡି ସମୟ ନଥିବା କହୁଥିବା କୁନା ତ୍ରିପାଠୀ ଶେଷରେ ନିଉଜ ୱାର୍ଲଡ ଓଡ଼ିଶାର ଦିହକୁ ନେବେନି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ଏହି ଚାନେଲ ଟି ବିଜେଡି ସାଂସଦ ରବୀନ୍ଦ୍ର ଜେନIଙ୍କର ହେଇଥିବାରୁ ବିଜେଡି କୁ ସମର୍ଥନ ଦେବା ସ୍ୱାଭାବିକ କଥା I ତେବେ ଚର୍ଚା ଚାଲିଥିଲା କି କୁନା ତ୍ରିପାଠୀ କଟକ ବାରବାଟୀ ଆସନ କିମ୍ବା ଲୋକସଭା ପାଇଁ ନିର୍ବାଚନ ମୈଦାନ କୁ ଓଲ୍ହାଇପାରନ୍ତି ,ନିଜେ କୁନା ତ୍ରିପାଠୀ ମଧ୍ୟ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ I ତେବେ ଶେଷ ପର୍ଯ୍ୟାୟ ରେ ତାଙ୍କୁ ଟିକେଟ ମିଳିନଥିଲା ବରଂ ଭର୍ତ୍ତୃହରି ମହତାବ ଙ୍କୁ ଟିକେଟ ମିଳିଥିଲା I ଏହାକୁ ନେଇ କୁନା ତ୍ରିପାଠୀ ଦୁଃଖିତ ଥିବା ଚର୍ଚା ହେଉଛି

I ଏପରିକି ନିଜ କାର୍ଯ୍ୟକ୍ରମ ଦିହକୁ ନେବେନି ରେ ଯୋଗ ଦେବାପରେ ସବୁବେଳେ ବିଜେଡି ସପକ୍ଷରେ ଦେଖାଉଥିବା ଶୋ ରେ ହଠାତ ବିଜେଡି ବିରୁଧରେ ଦେଖିବାକୁ ମିଳିଥିଲା I

ଏପ୍ରିଲ 1ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ରେ ମଞ୍ଚ ଭାଙ୍ଗିପଡିଥିଲା ଯେଉଁଥିରେ କି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ ଆଳି ବିଧାନସଭା ପ୍ରାର୍ଥୀ ପ୍ରତାପ କେଶରୀ ଦେବ ମଞ୍ଚରୁ ତଳେ ପଡିଯାଇଥିଲେ I ଦେହକୁ ନେବେନି ରେ ଏହାକୁ ନେଇ ଶାଣିତ କଟାକ୍ଷ କରିଛନ୍ତି କୁନା ତ୍ରିପାଠୀ ଯେ ମୂଳଦୁଆ ଠିକ ନଥିଲେ ଏମିତି ଭୁଶୁଡି ପଡିବ ,ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *