ଆକାଶ ରେ ଉଡ଼ିଲେ ପରୀ ମା ପ୍ରମିଳା ,ମୁଖ୍ୟମନ୍ତ୍ରୀ ଙ୍କୁ କଣ କହିଲେ ପ୍ରମିଳା ?

ଆସ୍କା ଲୋକସଭା ପାଇଁ ଚର୍ଚିତ ଥିବା ପ୍ରାଥୀନି ପ୍ରମିଳା ବିଶୋଇ ନିଜର ସରଳ ନିଷ୍କପଟ ଜୀବନ ପାଇଁ ଲୋକଙ୍କ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଗତକାଲି ତାଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହିତ I ପିଲାଦିନୁ ଆକାଶ ରେ ହେଲିକପ୍ଟର ଉଡିବା ଦେଖୁଥିଲେ ପ୍ରମିଳା କିନ୍ତୁ କେବେ ହେଲିକପ୍ଟର ରେ ଯେ ବସିବେ ସେ ବିଷୟରେ ଭାବିନଥିଲେ ,ହେଲିକପ୍ଟର ରେ ବସିବା ଏକ ସ୍ବପ୍ନ ହେଇ ରହିଯାଇଥିଲା ତାଙ୍କ ପାଇଁ I ତେବେ ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ବପ୍ନ ପୁରଣ କରିଛନ୍ତି I ନିର୍ବାଚନୀ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ହେଲିକପ୍ଟର ପ୍ରଚାର ରେ ପ୍ରମିଳା ଙ୍କୁ ପାଖରେ ବସାଇ ଆକାଶରେ ବୁଲାଇଥିଲେ I

ଯାହାର କି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଦୁହିଁଙ୍କ ମଧ୍ୟରେ ବେଶ କିଛିସମୟ ଧରି କଥାବାର୍ତା ହେଉଥିବାର ଫୋଟୋ ଦେଖିବାକୁ ମିଳିଥିଲା ,ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ଯେ ପ୍ରମିଳା ହିନ୍ଦୀ ଇଂରାଜୀ ଜାଣିନାହାଁନ୍ତି କି ନବୀନ ବାବୁ ଓଡ଼ିଆ ଜାଣିନାହାନ୍ତି ତେବେ ପ୍ରମିଳା ମୁଖ୍ୟମନ୍ତ୍ରୀ ଙ୍କୁ କଣ କହିଲେ ଏବଂ ମୁଖ୍ୟମନ୍ତ୍ରୀ ତାହାକୁ କିପରି ବୁଝିଲେ ?ତେବେ ସେ ଯାହାବି ହେଉ ଶେଷରେ ପରୀ ମା ପ୍ରମିଳା ଙ୍କ ସ୍ବପ୍ନ ସତ ହେଇଚି ଖୋଲା ଆକାଶରେ ଉଡି ପାରିଛନ୍ତି ପରି ମା I

Leave a Reply

Your email address will not be published. Required fields are marked *