ଟ୍ରାନ୍ସଲେଟର ମଧ୍ୟ ବୁଝି ପାରିଲେନି ରାହୁଲଙ୍କ ଇଂଲିଶ : ହସି ହସି ଗଡ଼ିଲେ ଲୋକେ, ଭିଡିଓ ହେଲା ଭାଇରାଲ

ଦକ୍ଷିଣ ଭାରତ ରେ ନିର୍ବାଚନ ପ୍ରଚାର ରେ ଲାଗିଥିବା ନେତା ମାନଙ୍କର ଟ୍ରାଂସଲେଟର ଏପରି କଥା କୁହନ୍ତି ଯାହା ଫଳ ରେ ଲୋକ ମାନେ ହସି ହସି ରୁହନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଙ୍କ ସହ ମଧ୍ୟ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା।

ଗତକାଲି ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ପାଇଁ କେରଳ ଯାଇଥିଲେ। ସେଠାରେ ଏକ ଗଣସଭା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ଟାର୍ଗେଟ କରିଥିଲେ ରାହୁଲ। କିନ୍ତୁ ରାହୁଲ ଙ୍କ ଟ୍ରାନ୍ସଲେଟର ଙ୍କ ଯୋଗୁ ସବୁ ବିଗିଡି ଯାଇଥିଲା ଏବଂ ଲୋକେ ପରିହାସ କରିଥିଲେ।

ସୂଚନାଯଗ୍ୟ ରେ ରାହୁଲ ଗତକାଲି କେରଳ ରେ ଇଂରାଜୀ ରେ ଭାଷଣ ଦେଉଥିଲେ। ତାଙ୍କ ଭାଷଣ ସେହି ଅଞ୍ଚଳ ର ସ୍ଥାନୀୟ ଭାଷା ରେ ରୂପାନ୍ତରିତ କରିବାକୁ କୁ ମଞ୍ଚ ରେ ଜଣେ ଟ୍ରାନ୍ସଲେଟର ଉପସ୍ଥିତ ଥିଲେ। ସେ ଲୋକମାନଙ୍କୁ ଇଂରାଜୀ ରେ କହିଥିଲେ କି ମୋଦି ଦେଶର ଜନତା ଙ୍କୁ କହୁଛନ୍ତି ଯେ, ମୋତେ ପ୍ରଧାନମନ୍ତ୍ରୀ ନୁହେଁ ଦେଶର ଚୌକିଦାର କରନ୍ତୁ। କିନ୍ତୁ ରାହୁଲ ଙ୍କ ଟ୍ରାଂସଲେଟର ଏହାକୁ ବୁଝିପାରିନଥିଲେ। ଏବଂ ପରବର୍ତ୍ତୀ ମୁହୂର୍ତ୍ତ ରେ ରାହୁଲ ଟ୍ରାନ୍ସଲେଟର ପାଖକୁ ଯାଇ ପୁଣି ଥରେ ସେହି ଲାଇନ୍ କୁ ଦୋହରାଇ ଥିଲେ ଓ ପରେ ସେ ତାକୁ ବୁଝି ପାରିଥିଲେ।

ଏହାପରେ ରାହୁଲ କହିଥିଲେ ଯେ, ମୋଦି ଦେଶର ଜନତା ଙ୍କ ଭୋଟ ପାଇଥିଲେ। କିନ୍ତୁ ଦେଶ ବଦଳ ରେ ଅନିଲ ଅମ୍ବାନୀ ଙ୍କ ଚୌକିଦାର ହୋଇଛନ୍ତି। ରାହୁଲ ଙ୍କ ଏହି କଥା କୁ ମଧ୍ୟ ତାଙ୍କ ଟ୍ରାନ୍ସଲେଟର ବୁଝିପାରୁଥିଲେ ଏବଂ ରାହୁଲ ତାଙ୍କ ପାଖକୁ ଯାଇ ତାଙ୍କୁ ବୁଝାଇଥିଲେ। ଏହା ଦେଖି ଲୋକମାନେ ତାଙ୍କୁ ବହୁତ ପରିହାସ କରିଥିଲେ।

ଏହା ପରେ ମଧ୍ୟ ରାହୁଲ ତାଙ୍କ ଭାଷଣ ରେ କହିଥିଲେ ଯେ ଅମ୍ବାନୀ କେବେ ଏୟାର କ୍ରଫ୍ଟ ତିଆରି କରିନଥିଲେ। ତାଙ୍କୁ ମୋଦି ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ତାଙ୍କ ଏହି କଥା ମଧ୍ୟ ତାଙ୍କ ଟ୍ରାନ୍ସଲେଟର ବୁଝିପାରୁଥିଲେ। କିନ୍ତୁ ଏହିଥର ସେ ତାଙ୍କ ପାଖକୁ ଆସିନଥିଲେ। ଓଲଟି ରାହୁଲ ଙ୍କୁ ପ୍ରଶ୍ନ ପଚାରିଥିଲେ। ଏହା ଦେଖି ଶ୍ରୋତା ମାନେ ବହୁତ୍ ହସିଥିଲେ। ଏବଂ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ୍ ହେଉଛି। ଏବଂ ସୋସିଆଲ ମିଡିଆରେ କୁହାଯାଉଛି କି ‘ କପିଲ୍ ଶର୍ମା ସୋ ‘ ବଦଳ ରେ ‘ ରାହୁଲ ଗାନ୍ଧୀ ସୋ ‘ ଚାଲିବ କଥା।

Leave a Reply

Your email address will not be published. Required fields are marked *