ସୁନ୍ ସୁନି ଶାଗ ର ଚମତ୍କାରୀ ଫାଇଦା ,ନିହାତି ଖାଆନ୍ତୁ ସୁନ୍ ସୁନି ଶାଗ ମିଳିବ ଏତେ ସବୁ ଲାଭ

ସାଧାରଣତଃ ଏହି ଗଛ ପାଣି ବା ସନ୍ତସନ୍ତିଆ ଜାଗାରେ ହେଇଥାଏ ,ଓଡ଼ିଆ ରେ ଏହାକୁ ସୁନ୍ ସୁନି ଶାଗ କୁହାଯାଏ Iସ୍ୱାଦ ରେ ଟିକେ ଖଟା ଲାଗୁଥିଲେ ମଧ୍ୟ ଏହା ବହୁତ ଉପକାରୀ ଅଟେ Iଏହି ଗଛରେ ଲାଲ ରଙ୍ଗର ଓ ଧଳା ରଙ୍ଗର ଛୋଟ ଛୋଟ ଫୁଲ ଫୁଟିଥାଏ I ଏହାକୁ ସାଧାରଣତଃ ଶାଗ ଭାବରେ ବ୍ୟବହାର କରାଯାଇଥାଏ I ଏହା ଭାତୁଡ଼ି ଦୂରକରିବା ପାଇଁ ବ୍ୟବହାର କରାଯାଏ ଏହାର ପତ୍ରରେ ଆଣ୍ଟିଫଙ୍ଗଲ ,ଆଣ୍ଟିହିଲିଙ୍ଗି ଥିବା ଯୋଗୁ ଭାତୁଡ଼ି ଦୂର କରିବାରେ ସାହାଯ୍ୟ କରିଥାଏ I

ଭାତୁଡ଼ି କୁ ଦୂର କରିବା ପାଇଁ ଏହାର ପତ୍ରକୁ ବାଟି ପେଷ୍ଟ ବନାଇ ସେଥିରେ କିଛି ପାଣି ମିଶାଇ ତାକୁ ଭାତୁଡ଼ି ଜାଗାରେ ଲଗାନ୍ତୁ ଏବଂ ଏହାକୁ ରଗଡ଼ନ୍ତୁ ଏମିତି କିଛି ଦିନ କରିବା ପରେ ଭାତୁଡ଼ି ଶୁଖିକି ଝଡିଯିବ I ଏହା ମୁଣ୍ଡବିନ୍ଧା ପାଇଁ ମଧ୍ୟ ବହୁ ଲାଭଦାୟକ ହୋଇଥାଏ I ଏହି ପତ୍ରର ରସକୁ ପିଆଜର ରସ ସହିତ ବରାବର ମିଶାଇ ତାକୁ ମୁଣ୍ଡରେ ଲେପ ଦେଲେ ମୁଣ୍ଡବିନ୍ଧା ଦୂର ହୋଇଥାଏ I ଏହା ପେଟ ଓ ପାଚନତନ୍ତ୍ର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ I

ତେଜିତ୍ତ ଓ ଏସ୍ଟିଜେନ ଗୁଣ କାରଣରୁ ଆହାର ରୁଚି ପାଇଁ ସୁଧାର ଆଣିଥାଏ Iଏହାର ପତ୍ରର 8-10 ପାନ କଡା ରସ ବନେଇକି ନେଲେ ପାଚନ ତନ୍ତ୍ର ଠିକ ହୋଇଯାଏ ଓ ଭୋକ ବଢିଥାଏ I ପେଟଟଣା ମଧ୍ୟ ଦୂର କରିଥାଏ I ମୁହଁରୁ ଦୁର୍ଗନ୍ଧ ଆସୁଥିଲେ 2-3ଟି ପତ୍ର ମୁହଁରେ ପାନ ଭଳି ରଖିଲେ ମୁହଁରୁ ଦୁର୍ଗନ୍ଧ ଚାଲିଯାଏ I ଏହା ପୋଡା ମଧ୍ୟ ଦୂର କରିଥାଏ ଏହାର 10-15 ପତ୍ର ନେଇ ପାଣିରେ ମିଶାଇ ତାକୁ ପୋଡ଼ୁଥିବା ଜାଗାରେ ଲଗାଇଲେ ତାହା ବନ୍ଦ ହୋଇଯାଏ I ଏହା ଦାନ୍ତକୁ ମଜଭୁତ ବନେଇବାରେ ସାହାଯ୍ୟ କରିଥାଏ I

ଦାନ୍ତକୁ ମଜଭୁତ ବନେଇବା ପାଇଁ ଏହାର ପତ୍ରକୁ ହଳଦୀ ,ଲହୁଣୀ ,ଫିଟିକିରି ବରାବର ମାତ୍ରାରେ ମିଶାଇ ଏକ ପାଉଡର ବନାନ୍ତୁ ଓ ଏହାକୁ ନିୟମିତ ରୂପରେ ସେବନ କରନ୍ତୁ ତାପରେ ଆପଣଙ୍କ ଦାନ୍ତ ମଜଭୁତ ହୋଇଯିବ I ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଫାଇଦା ହୋଇଥାଏ I ମୁହଁରେ ବ୍ରଣ ହେଉଥିଲେ ପତ୍ରର ରସକୁ ଚନ୍ଦନ ସହିତ ମିଶାଇ ଲଗାଇଲେ ମୁହଁରୁ ବ୍ରଣ ଦୂର ହୋଇଥାଏ I

Leave a Reply

Your email address will not be published. Required fields are marked *