ପର୍ଯ୍ୟ ବେକ୍ଷକ ଙ୍କୁ ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀ ଙ୍କ ହେଲିକପ୍ଟର ଯାଞ୍ଚ , ଚାକିରିରୁ ନିଲମ୍ବନ

ଆଜି ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ରାଉରକେଲା ରେ ଯାଞ୍ଚ କରାଯାଉଥିବା ର ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ କି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ସେହିପରି ଗତକାଲି ମଧ୍ୟ ଧର୍ମେନ୍ଦ୍ର ଏବଂ ଯାଞ୍ଚ କରୁଥିବା ଅଧିକାରୀ ମାନଙ୍କ ସହିତ ଯୁକ୍ତିତର୍କ ର ଏକ ଭିଡିଓ ସାମ୍ନା କୁ ଆସିଥିଲା I

ତେବେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ଗସ୍ତ କରିଥିବା ସମୟରେ ତାଙ୍କୁ ସୁରକ୍ଷା ଦେବାକୁ ଅବତରଣ କରିଥିବା ଏକ ହେଲିକପ୍ଟର କୁ ଯାଞ୍ଚ କରାଯାଇଥିଲା ଏନେଇ ଆପତ୍ତି ଉଠିବାରୁ ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଧରେ ନିର୍ବାଚନ କମିଶନ ଙ୍କ ପାଖରେ ଫେରାଦ ହେଇଥିଲେ ବିଜେପି ନେତା I ଘଟଣାର ଯାଞ୍ଚ କରି ମୋଦିଙ୍କ ସୁରକ୍ଷା ପାଇଁ ଆସିଥିବା ହେଲିକପ୍ଟର ଯାଞ୍ଚ କରିବାକୁ ଯାଇଥିବା ପର୍ଯ୍ୟବେକ୍ଷକ ଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯିବା ସହିତ ତାଙ୍କ ସାଙ୍ଗରେ ଥିବା ସମ୍ପୂର୍ଣ୍ଣ ଟିମ କୁ ଚାକିରିରୁ ନିଲମ୍ବନ କରାଯାଇଛି I

ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ଦାୟିତ୍ୱ ରେ ଥିବା ହେଲିକପ୍ଟର ଯାଞ୍ଚ କରିବାକୁ ନିର୍ବାଚନ କମିଶନ ଙ୍କ ଅନୁମତି ଆଣିବାକୁ ପଡିଥାଏ କିନ୍ତୁ ବିନା ଅନୁମତି ରେ ଯାଞ୍ଚ କରିଥିବାରୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି Iଚ

Leave a Reply

Your email address will not be published. Required fields are marked *