ହଠାତ ଫାଟିଗଲା 70ବର୍ଷର ହନୁମାନଙ୍କ ମୂର୍ତ୍ତି :ଭିତରୁ ବାହାରିଲେ ଆଉ ଏକ ପ୍ରଭୁ ଙ୍କ ମୂର୍ତି

ବେଳେବେଳେ ଏପରି କିଛି ଘଟିଥାଏ ମଣିଷ ବିଶ୍ୱାସ କରିନପାରିଲେ ମଧ୍ୟ ବାଧ୍ୟ ହେଇଥାଏ ସତ ମାନିବାକୁ I ଏମିତିରେ ଆମେ ଏହାକୁ ପ୍ରକୃତିର ଅଲୌକିକ ବୋଲି କହିପାରିବା Iବୁଲନ୍ଦ ସହରରେ ଘଟିଛି ଏପରି ଏକ ଅଲୌକିକ ଘଟଣା,ଯାହା ସମସ୍ତଙ୍କୁ ଚକିତ କରିଦେଇଛି I ମିଳିଥିବା ସୂଚନା ଅନୁଯାଇ ଏଠିକାର ଅନୁପ ସହରରେ ହନୁମାନଙ୍କ ଏକ ୭୦ ବର୍ଷ ପୁରୁଣା ମୂର୍ତ୍ତି ରହିଛି I କୌଣସି କାରଣ ବଶତଃ ମୂର୍ତ୍ତିଟି ଅକସ୍ମାତ ଫାଟିଯାଇଥିଲା I

ତେବେ ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା ଘଟିଥିଲା ,ମୂର୍ତି ଫାଟିଯାଉଥିବା ବେଳେ ମୂର୍ତି ଭିତରୁ ଆବିର୍ଭାବ ହେଇଥିଲେ ଆଉ ଏକ ହନୁମାନ ମୂର୍ତି I ଯାହାକି ସାଧାରଣ ରେ ଉପସ୍ଥିତ ଭକ୍ତ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ I ଘଟଣା ପ୍ରଘଟ ହେବାପରେ ହନୁମାନ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ ଜମିବାରେ ଲାଗିଥିଲା I

କିଛିଲୋକ ଏହାକୁ ଗୁଜବ କହୁଥିବା ବେଳେ ଦେଖିଥିବା ଲୋକ ଏହାକୁ ନେଇ ବର୍ଣ୍ଣନା କରିବା ସହିତ ହନୁମାନ ଙ୍କ ମହିମା ବିଷୟରେ ଆଲୋଚନା ଜାରି ରଖିଛନ୍ତି I

Leave a Reply

Your email address will not be published. Required fields are marked *