ଢେଙ୍କାନାଳ ରେ ଛପର କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁଅ ମୃତ, ବାପା ଗୁରୁତର

ଢେଙ୍କାନାଳ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା I ବିଦ୍ୟୁତ ତାର ଲାଗି ଜଣେ ପୁଅର ମୃତ୍ୟୁ ହେଇଥିବା ବେଳେ ବାପା ଗୁରୁତର ଆହତ ହେଇଛନ୍ତି I ସୂଚନା ଅନୁଯାଇ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ନିଜ ଘର ଛପର କରୁଥିବା ସମୟରେ ଅଚାନକ ବିଦ୍ୟୁତ୍ ସଂସ୍ପର୍ଶରେ ଉଭୟ ବାପା ଓ ପୁଅ ଆସିଯାଇଥିଲେ ।ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ପୁଅ ଙ୍କର ମୃତ୍ୟୁ ହେଇଯାଇଛି ଏବଂ ଗୁରୁତର ଅବସ୍ଥାରେ ବାପା ଙ୍କର ଚିକିତ୍ସା କରାଯାଉଛି I ବାପା ଙ୍କ ନାମ ଯୋଗୀନାଥ ନାୟକ ଏବଂ ମୃତ୍ୟୁ ହେଇଥିବା ପୁଅଙ୍କ ନାମ ଜିତେନ୍ଦ୍ର ନାୟକ I

Leave a Reply

Your email address will not be published. Required fields are marked *