ଭୁଲରେ ନିଜ ଚିହ୍ନ ବଦଳରେ ପଦ୍ମ ଚିହ୍ନରେ ଭୋଟ ଦେଇ ନିଜ ଆଙ୍ଗୁଠି କାଟିଲେ ଯୁବକ

ଚାଲିଛି ନିର୍ବାଚନ I ଭୋଟର ମାନେ ନିଜ ପସନ୍ଦର ପ୍ରାଥୀଙ୍କୁ ଭୋଟ ଦେଉଥିବା ବେଳେ କିଛି ଦୃଢ ସମର୍ଥକ ଥାନ୍ତି ଯେଉଁ ମାନେ ଦଳ ପାଇଁ ପ୍ରଚାର କରିଥାନ୍ତି ,ଏବଂ ନିଜ ପସନ୍ଦର ଦଳକୁ ଜିତାଇବାକୁ ଆପ୍ରାଣ ଉଦ୍ୟମ କରିଥାନ୍ତି I ସେହିଭଳି ଜଣେ ଯୁବକ ହେଲେ ପବନ କୁମାର I ଘର କୋତାବଳୀ ସଂସଦୀୟ କ୍ଷେତ୍ରର ଅବଦୁଲ୍ଲାପୁର ଗାଁ ରେ I ପବନ କୁମାର ଜଣେ ବିଏସପିର ଦୃଢ ସମର୍ଥକ I ତେବେ ଗତକାଲି ନିର୍ବାଚନ ସମୟରେ ସେ ତରତର ରେ ବିଏସପିର ଦଳୀୟ ଚିହ୍ନ ହାତୀ ଚିହ୍ନରେ ଭୋଟ ଦେବା ବଦଳରେ ବିଜେପିର ର ଚିହ୍ନ ପଦ୍ନ ଫୁଲରେ ଭୋଟ ଦେଇଥିଲେ । ଏବଂ ପରେ ଜାଣିପାରିଥିଲେ କି ସେ ହାତୀ ଚିହ୍ନ ବଦଳରେ ପଦ୍ମ ରେ ଦେଇଛନ୍ତି ରାଗରେ କାଳି ଲାଗିଥିବା ଆଙ୍ଗୁଠି କୁ ନିଜେ କାଟିଦେଇଥିଲେ I

ଯନ୍ତ୍ରଣା ହେବାରୁ ଜୋରରେ ଚିତ୍କାର କରିଥିଲେ I ଘର ଲୋକେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରିଥିଲେ I ତାଙ୍କ ଚିକିତ୍ସା ଚାଲିଛି I ଘଟଣାଟି ଏବେ ସମଗ୍ର ଅଞ୍ଚଳ ରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *