ବ୍ରହ୍ମଗିରି ରେ ଲୁଲୁ ଙ୍କ ପତ୍ନୀ ଏବଂ ସମର୍ଥକ ଙ୍କୁ ଟେକାପଥର ମାଡ ସହିତ ଆକ୍ରମଣ

ନିର୍ବାଚନ ପ୍ରଚାର ଜୋରଦାର ଚାଲିଥିବା ବେଳେ ଚର୍ଚିତ ବିଧାନସଭା ବ୍ରହ୍ମଗିରି ରେ ଦେଖିବାକୁ ମିଳିଛି ହିଂସାତ୍ମକ ଘଟଣା I ବିଜେଡି ରୁ ସଞ୍ଜୟ ଦାସ ବର୍ମା ଲଢ଼ୁଥିବା ବେଳେ ବିଜେପି ଲଢ଼ୁଛନ୍ତି ଲଳିତେନ୍ଦୁ I କଂଗ୍ରେସ ର ଲୋକପ୍ରିୟ ତଥା ବ୍ରହ୍ମଗିରି ଟାଇଗର ଲଲାଟେନ୍ଦୁ ମହାପାତ୍ର ଓରଫ ଲୁଲୁ ଭାଇ ଙ୍କ ଦେହାନ୍ତ ପରେ ,ଲୁଲୁ ଙ୍କୁ କଂଗ୍ରେସ ର ଅବହେଳା ଦର୍ଶାଇ ତାଙ୍କ ପରିବାର କଂଗ୍ରେସ ଛାଡି ବିଜେପି ରେ ସାମିଲ ହେଇଥିଲେ I

ବିଜେପି ପକ୍ଷରୁ ଲୁଲୁଙ୍କ ଭାଇ ଲଳିତେନ୍ଦୁ ଙ୍କୁ ବିଧାୟକ ପ୍ରାଥୀ କରାଯାଇଛି I ଲଳିତେନ୍ଦୁ ଙ୍କୁ ଜିତାଇବାକୁ ତାଙ୍କ ପରିବାର ପୁରା ଦମ୍ରେ ଅଣ୍ଟା ଭିଡିଥିବା ବେଳେ ପ୍ରଚାର ରେ ସାମିଲ ହେଇଛନ୍ତି ଲୁଲୁ ମହାପାତ୍ର ଙ୍କ ଝିଅ ଏବଂ ସ୍ତ୍ରୀ I ତେବେ ଗତକାଲି ବ୍ରହ୍ମଗିରି ରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦେଓ ଗାଁରେ ସ୍ୱର୍ଗତ ଲୁଲୁ ଙ୍କ ପତ୍ନୀ ଏବଂ ସମର୍ଥକ ମାନେ ପ୍ରଚାର କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେଇଚି I

ଏନେଇ ଥାନାରେ ଲିଖିତ ଅଭିଯୋଗ ହେଇଛି Iତାଙ୍କ ଅଭିଯୋଗ ଅନୁଯାଇ ବ୍ରାହ୍ମଣଦେଓ ଗାଁ ପାଖରେ କିଛି ବିଜେଡି କର୍ମୀ ତାଙ୍କ ପ୍ରଚାର ଗାଡିକୁ ଅଟକାଇଥିଲେ ଏବଂ ଅକସ୍ମାତ ଆକ୍ରମଣ କରିଦେଇଥିଲେ I ଏହାଦ୍ୱାରା ସମର୍ଥକ ମାନେ ଆହତ ହେଇଛନ୍ତି I ଏପରିକି ଲୁଲୁଙ୍କ ପତ୍ନୀ ବସିଥିବା ପ୍ରଚାର ଗାଡିକୁ ଢେଲା ପଥର ମାଡ କରିଥିଲେ ବିଜେଡି କର୍ମୀ ବୋଲି ଅଭିଯୋଗ ହେଇଛି I ଅପରପକ୍ଷରେ ବିଜେଡି କର୍ମୀ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *