ଶନିବାର ଦିନ ଭୁଲ୍ ରେ ମଧ୍ୟ ଏହି ପାଂଚଟି ଖାଦ୍ୟ ଖାଆନ୍ତୁ ନାହିଁ ,ଶନିଙ୍କ କୋପ ପଡି଼ବ

ଶନିବାର କୁ ସାଧାରଣତଃ ଆମେ ଶନିଦେବ ଙ୍କ ବାର ବୋଲି ମାନିଥାଉ I ପ୍ରତେକ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟ ଗୋଟେ ମାସ ପାଇଁ ,ଚନ୍ଦ୍ରମା ଦୁଇମାସ ଦୁଇଦିନ ପାଇଁ ,ମଙ୍ଗଳ ଦେଢ଼ ମାସ ପର୍ଯ୍ୟନ୍ତ ,ବୁଧ ଗୋଟେ ମାସ ପର୍ଯ୍ୟନ୍ତ ଓ ଶୁକ୍ର ଗୋଟେ ମାସ ରହିଥାନ୍ତି କିନ୍ତୁ ଶନିଦେବ କୌଣସିଭି ରାଶିରେ ଅଢେଇ ବର୍ଷରୁ ଆରମ୍ଭ କରି ସାତ ବର୍ଷ ପର୍ଯ୍ୟନ୍ତ ରହିପାରିବେ I ଶାସ୍ତ୍ର ଆନୁସାରେ ଶନିବାର ଦିନ ନ୍ୟାୟର ଦେବତା ଅନୁସାରେ ସମର୍ପିତ କରାଯାଇଛି I ଯଦି କାହାର କୁଣ୍ଡଳୀରେ ଶନିଦୋଷ ରହିଥାଏ ତାହେଲେ ତାକୁ ଶନିପୂଜା କରିବା ପାଇଁ ଜୋତିସ ପରାମର୍ଶ ଦେଇଥାନ୍ତି

I କୁହନ୍ତି ଶନିଦେବ ଭଲ କାମ କରୁଥିବା ବ୍ୟକ୍ତିକୁ ଭଲ ଫଳ ଓ ଖରାପ କାମ କରୁଥିବା ବ୍ୟକ୍ତିକୁ ଖରାପ ଫଳ ଦେଇଥାନ୍ତି I ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ କାମ କରିବାକୁ ପଡିଥାଏ I ଶନିଦେବଙ୍କ କୋପଦୃଷ୍ଟି ପଡିଲେ ବଡ ଧନୀ ହୋଇଥିଲେ ମଧ୍ୟ ଆପଣ ଭିକାରି ହୋଇଯିବେ Iଶାସ୍ତ୍ର ରେ କୁହାଯାଇଛି କି ଶନିବାର ରେ ଖାଉଥିବା ଖାଦ୍ୟ ମଧ୍ୟ ଆମ ଉପରେ ପ୍ରଭାବ ପକାଇବ I

ପ୍ରଥମ ହେଉଛି କ୍ଷୀର କିମ୍ବା ଖିରଜାତୀୟ ଦ୍ରବ୍ୟ: ଯଦି ଆପଣ ଶନିବାର ଦିନ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହେଲେ ତାକୁ ସାଧା ଖାଆନ୍ତୁ ନାହିଁ ଖିରରେ ହଳଦୀ ମିଶାଇ ସେବନ କରିପାରିବେ I ଦୁତୀୟ ହେଉଛି ଆମ୍ବ ଆଚାର ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡିଥାଏ ଆପଣ ଅନ୍ୟ କୌଣସି ଆଚାର ଖାଇପାରିବେ I ତୃତୀୟ ହେଉଛି ଲାଲ ଲଙ୍କା ଏହା ଶନିଦେବଙ୍କର ନାପସନ୍ଦର ଜିନିଷ ଆପଣ ଅନ୍ୟ ରଙ୍ଗର ଲଙ୍କା ଖାଇପାରିବେ ଏପରି କରିବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ I

ଚତୁର୍ଥରେ ଡାଲିଜାତୀୟ କିଛି ଜିନିଷ ଶନିବାର ଦିନ ଚଣା ,ମୁଗ ଓ ବିରି ଡାଲି ଖାଇପାରିବେ କିନ୍ତୁ ମସୁର ଡାଲି ଖାଆନ୍ତୁ ନାହିଁ ମସୁର ଡାଲି ସହ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି I ନିଶାଦ୍ରବ୍ୟ ଶନିବାର ଦିନ ନିଶା ସେବନ କରନ୍ତୁ ନାହିଁ ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ ଏହା ଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ I ଏହି ଦିନ ଶନିଦେବଙ୍କୁ ସୋରିଷ ତେଲ ଏବଂ ରାଶି ତେଲ ଅର୍ପଣ କରନ୍ତୁ I

Leave a Reply

Your email address will not be published. Required fields are marked *