ବୈଜୟନ୍ତଙ୍କ ରୋଡ୍ ଶୋ’ ବେଳେ ବିଜେଡି କର୍ମୀଙ୍କ ଢେଲା ପଥର ମାଡ !

କେନ୍ଦ୍ରାପଡା ରେ ହାଇ ଭୋଲଟେଜ ରାଜନୀତି ପ୍ରଚାର ଚାଲିଥିବା ବେଳେ ମୈଦାନ ରେ ଅଛନ୍ତି ବିଜେପି ରୁ ବୈଜୟନ୍ତ ଏବଂ ବିଜେଡି ତରଫରୁ ଅନୁଭବ ମହାନ୍ତି I ଦୁଇଜଣଙ୍କ ମଧ୍ୟରେ କଡା ଟକ୍କର ହେବାରେ ଲାଗିଛି I ଗତକାଲି କେନ୍ଦ୍ରାପଡା ରେ ବୈଜୟନ୍ତ ରୋଡ଼ ଶୋ କରିଥିଲେ I ରୋଡ଼ ଶୋ ରେ ପ୍ରବଳ ଲୋକ ପରିଲିକ୍ଷିତ ହେଇଥିଲା I ତେବେ ବୈଜୟନ୍ତ ଙ୍କ ଶୋ’ ବେଳେ ଘଟିଛି ଏକ ଅଘଟଣ I ବୈଜୟନ୍ତ ଙ୍କ ଶୋକ କୁ ଯାଉଥିବା ଏକ ଗାଡିକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେଇଛି I

ଆକ୍ରମଣ ସମୟରେ ଦୁବୁର୍ତ୍ତମାନେ ବିଜେପି ର କର୍ମୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଛନ୍ତି I ଅଭିଯୋଗ ଅନୁଯାଇ ଗତକାଲି ସନ୍ଧ୍ୟାର ରୋଡ୍‌ ଶୋ’ ରେ ଆଳି କୁ ଗସ୍ତ କରୁଥିବା ବିଜେପି ର ଏକ ଇନୋଭା ଗାଡ଼ି କୁ ଜୁଅଣିଆ ଛକ ନିକଟରେ ବିଜେଡି କର୍ମୀ ଅଟକାଇ ଢେଲା ପଥର ମାରିଥିଲେ ବୋଲି ବିଜେପି କର୍ମୀ ତ୍ରିଲୋଚନ ପାତ୍ର ଓ ଅଲେଖ ପରିଡ଼ା ଅଭିଯୋଗ କରିଛନ୍ତି ,ଫଳରେ ଇନୋଭା ର କାଚ ଭାଙ୍ଗି ଗୁଣ୍ଡ ହେଇଯାଇଛି

Iଘଟଣାର ସତ୍ୟାସତ୍ୟ ନେଇ ବିଜେଡି ର କୌଣସି ପ୍ରତିକ୍ରିୟା ମିଳିପାରିନଥିଲେ ମଧ୍ୟ ଏନେଇ ପୋଲିସ ଖୋଳତାଡ କରି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *