କେଉଁ ହିରୋ ହିରୋଇନ କେଉଁ ରାଜନୀତି ଦଳରେ ଅଛନ୍ତି ,କିଏ ଲଢ଼ୁଛନ୍ତି କେଉଁଠୁ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ବର୍ତମାନ ନିର୍ବାଚନ ଚାଲୁଥିବା ବେଳେ ପ୍ରଚାର ମୈଦାନ ରେ ଓଡ଼ିଆ ସିନେ ତାରକା ମାନଙ୍କୁ ଆପଣ ଦେଖିବାକୁ ପାଉଥିବେ I ତେବେ ଚାଲନ୍ତୁ ଜାଣିବା କେଉଁ ହିରୋ ହିରୋଇନ କେଉଁ ରାଜନୈତିକ ଦଳରେ ଅଛନ୍ତି I ବିଜେଡି :ପ୍ରଥମ ହେଉଛନ୍ତି ବର୍ଷI ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିଜୁ ଜନତା ଦଳରେ ଅଛନ୍ତି ଏଥର ଅନୁଭବ ମହାନ୍ତି କେନ୍ଦ୍ରାପଡାରେ ଏମ.ପି.ପ୍ରାର୍ଥୀ ଭାବରେ ଠିଆ ହେଇଛନ୍ତି I

ଏହା ପରେ ଅଛନ୍ତି ଷ୍ଟାଇଲିସ ହିରୋ ଅରିନ୍ଦମ ରଏ ଯିଏକି କିଛି ବର୍ଷ ପୂର୍ବରୁ ବିଜୁ ଜନତା ଦଳରେ କାମ କରି ଆସୁଛନ୍ତି I ଏହା ପରେ ଆସୁଛନ୍ତି ଶୀର୍ଦ୍ଧାନ୍ତ ମହାପାତ୍ର ଯିଏ ବହୁ ବର୍ଷ ହେଲା ବିଜୁ ଜନତା ଦଳରେ କାମ କରିଆସୁଛନ୍ତି ଏବଂ ସେ ବ୍ରହ୍ମପୁର ସାଂସଦ ଥିଲେ I ଆକାଶ ଦାସ ନାୟକ :ସେ ବିଜେଡି ରୁ ଲଢ଼ି କୋରେଇ ନିର୍ବାଚନ ମଣ୍ଡଳୀରେ ଏମ.ଏଲ ଥିଲେ ଏବଂ ଏବେ ବିଜୁ ଜନତା ଦଳରେ କାମ କରି ଆସୁଛନ୍ତି I ନିକଟରେ ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ମଧ୍ୟ ବିଜେଡି ରେ ସାମିଲ ହେଇଛନ୍ତି Iକୁନା ତ୍ରିପାଠୀ :କୁନା ତ୍ରିପାଠୀ ବିଜେଡି ରେ ଅଛନ୍ତି ଏବଂ ସେ କଟକ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିନାହିଁ I

ସେହିପରି ବିଗତ ଦିନର ବରିଷ୍ଠ ନାୟକ ପ୍ରଶାନ୍ତ ନନ୍ଦ ବିଜେଡି ର ଜଣେ ବରିଷ୍ଠ ନେତା ପାଲଟି ସାରିଛନ୍ତି I ମୁନ୍ନା ଖାଁ ମଧ୍ୟ ବିଜେଡି ରେ ଅଛନ୍ତି I ବିଗତ ଦିନର ଖଳନାୟକ ଅସିତ ପତି ମଧ୍ୟ ବିଜେଡି ରେ ଅଛନ୍ତି Iତାପରେ ଆସୁଛନ୍ତି ଓଡ଼ିଆ ଚଳଚିତ୍ରର ବହୁ ଚର୍ଚିତ ହିରୋଇନ ଅପରାଜିତା ମହାନ୍ତି ସେ ବିଜେପି ତରଫରୁ ଭୁବନେଶ୍ୱରରୁ ବିଧାୟକ ପାଇଁ ଲଢ଼ୁଛନ୍ତି

I ଏହା ପରେ ଆସୁଛନ୍ତି ବହୁ ଚର୍ଚିତ ମହେଶ୍ୱତା ରାୟ ସେ ବି ମଧ୍ୟ ଅଛନ୍ତି ଭାରତୀୟ ଜନତା ପାର୍ଟିରେ I ପିଙ୍କି ପ୍ରଧାନ: ସେ ଭାରତୀୟ ଜନତା ପାର୍ଟିରେ ବହୁ ବର୍ଷ ଧରି କାମ କରି ଆସୁଛନ୍ତି ଏଥରକ ଦିଗପହଣ୍ଡିରେ ବିଧାୟିକା ପ୍ରାର୍ଥୀନୀ ହୋଇଛନ୍ତି I ସୁପର କମେଡିଆନ ହରି ଭାଇନା ମଧ୍ୟ ଭାରତୀୟ ଜନତା ପାର୍ଟିରେ ଅଛନ୍ତି I

ମିହିରି ଦାସ ଯିଏ କିଛି ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ କାମ କରି ଆସୁଛନ୍ତି Iସେ ପ୍ରଥମେ ବିଜେଡି ରେ ଥିଲେ ଏବଂ ବିଜେଡି ଛାଡି ବିଜେପି ରେ ମିଶିଛନ୍ତି I ତା ପରେ ଆସୁଛନ୍ତି ଓଡ଼ିଆର ନାମିଦାମୀ ନାୟିକା ଅନୁ ଚୌଧୂରୀ ସେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି ଓ ସେଥିରେ ସେ କିଛି ବର୍ଷ ହେଲା କାମ କରିଆସୁଛନ୍ତି I ଏହା ପରେ ଆସୁଛନ୍ତି ଶ୍ରୀତମ ଦାସ ଯିଏ ଭାରତୀୟ ଜନତା ପାର୍ଟିରେ କାମ କରୁଛନ୍ତି I ଓଡ଼ିଆ ଆଲବମ ନାୟିକା ବିଦୁସ୍ମିତା ମଧ୍ୟ ବିଜେପି ରେ ସାମିଲ ହେଇସାରିଛନ୍ତି I ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନାୟକ ବାବୁଶାନ ଏଥରକ ବିଜେପି ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି I

ଏହାଛଡା ବିଜୟ ମହାନ୍ତି କଂଗ୍ରେସ ରେ ଥିଲେ ଏବଂ ପରେ ଦଳ ଛାଡିଛନ୍ତି I ସାତ୍ଵିକ ମିଶ୍ର ମଧ୍ୟ ବିଜେଡି ଛାଡିଛନ୍ତି I ହାସ୍ୟଜଗତର କମେଡି କିଙ୍ଗ ମଧ୍ୟ ବିଜେଡି ରୁ ବିଦା ହେଇଛନ୍ତି I

One Comment on “କେଉଁ ହିରୋ ହିରୋଇନ କେଉଁ ରାଜନୀତି ଦଳରେ ଅଛନ୍ତି ,କିଏ ଲଢ଼ୁଛନ୍ତି କେଉଁଠୁ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର”

Leave a Reply

Your email address will not be published. Required fields are marked *