ମାଙ୍କଡ଼ ପର୍ସ ଛଡେଇ ନେଲା କିନ୍ତୁ କାଳିଆ ଶୁଣିଲା ନାହିଁ ସେଥିପାଇଁ ବାନା ଖୋଲିଦେଲା ଯୁବକ …

ଗତକାଲି ଶ୍ରୀମନ୍ଦିର ରେ ଜଣେ ଯୁବକ ଚଢି ପତିତପାବନ ବାନା ଖୋଲିବା ଘଟଣା ସାରା ଓଡ଼ିଶାରେ ଚର୍ଚାର ବିଷୟ ପାଲଟିଥିଲା I ଶ୍ରୀମନ୍ଦିର ର ସୁରକ୍ଷା ବଳୟ ଭେଦି ମନ୍ଦିର କୁ ଚଢି ପତିତପାବନ ବାନା ଖୋଲି ନିଜ ଗାମୁଛା ଭିଡ଼ିଦେଇଥିବା ଯୁବକ ଙ୍କୁ ପୋଲିସ ଗିରଫ କରିଛି I ତେବେ ଯୁବକ ଜଣଙ୍କ ଜଣେ ମାନସିକ ବିକାରଗସ୍ତ ହେଇଥିବା ବେଳେ ସେ କହିଛି ଯେ ସେ ପୂର୍ବଦିନ ମନ୍ଦିର ଆସିଥିଲା ତା ପାଖରେ 5000ଟଙ୍କା ଥିଲା କିନ୍ତୁ ମନ୍ଦିର ଭିତରେ ଏକ ମାଙ୍କଡ଼ ତାଠୁ ଛଡେଇ ନେଇ ପଳେଇଥିଲା ,ଏନେଇ ସେ ପୋଲିସ ଏବଂ ଜଗନ୍ନାଥ ଙ୍କୁ ଗୁହାରି କରିଥିଲା କିନ୍ତୁ କେହି ଶୁଣିଲେ ନାହିଁ ସେଥିପାଇଁ ସେ ବାଧ୍ୟ ହେଇ ଠାକୁର ବାନା ଖୋଲିଦେଲା I

Leave a Reply

Your email address will not be published. Required fields are marked *