ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ‘ବୀର ଚକ୍ର’ ସମ୍ମାନ, ସୁପାରିଶ କଲା ଭାରତୀୟ ବାୟୁସେନା ।

କିଛିଦିନ ପୂର୍ବେ ପାକିସ୍ଥାନ ରେ ଏୟାର ଷ୍ଟ୍ରାଇକ କରି ପାକିସ୍ଥାନ ର ଏଫ – ୧୬ ବିମାନ କୁ ନସ୍ଥ କରିଦେଇଥିଲେ ଅଭିନନ୍ଦନ ଏବଂ ଏଥି ପାଇଁ ସେ ଧରା ମଧ୍ୟ ପଡ଼ିଥିଲେ। ଧରା ପଡ଼ିବାର ୨ ଦିନ ପରେ ଏହି ବୀରଶୈନିକ ଜଣକ ଭାରତ ଫେରିଥିଲେ।ଫେବୃଆରୀ ୧୪ ତାରିଖରେ ପୁଲୱାମା ଅତଙ୍କି ହମଲା ର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ଥାନ ବା ରେ ଥିବା ଯଇସ୍ – ଇ – ମହମ୍ମଦ କ୍ୟାମ୍ପ ଉପରେ କରିଥିଲା ଏୟାର ଷ୍ଟ୍ରାଇକ। ଏହି ଯୁଦ୍ଧ ରେ ଭାରତ ର ମିଗ୍ -୨୧ ଚଳାଉଥିବା ଭାରତର ଉଇଇଂ କମାଣ୍ଡର ଅଭିନନ୍ଦନ ପାକିସ୍ଥାନ ର ଏଫ୍ – ୧୬ କୁ ନଷ୍ଟ କରିଥିଲେ।

ଏହି ବିର ସୈନିକ ଙ୍କ ବିରତା ଯୋଗୁ ତାଙ୍କୁ ମିଳିବ ବିରଚକ୍ର ଉପାଧି। ଏହି ‘ ବୀରଚକ୍ର ‘ ଉପାଧି ୱ୍ଵିଂ କମାଣ୍ଡର ଅଭିନନ୍ଦନ ଙ୍କ ପାଇଁ ସୁପାରିଶ କରିଛନ୍ତି ଭାରତୀୟ ବାୟୁସେନା। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ଯେ ଅଭିନନ୍ଦନ ଶ୍ରୀନଗର ଏୟାର ଫୋର୍ସ ରେ ନିଯୁକ୍ତ ଥିଲେ। କିନ୍ତୁ ଦେଶ ର ସୁରକ୍ଷା ନିମନ୍ତେ ସେ କାଶ୍ମୀର ରୁ ବଦଳି ହୋଇଯାଇଛନ୍ତି। ଅଭିନନ୍ଦନ ଙ୍କୁ ପଶ୍ଚିମ ସେକ୍ଟର ରେ ଏକ ଗୁରୁତ୍ବପୂର୍ଣ୍ଣ ଏୟାରବେଶ ରେ ନିଯୁକ୍ତ ଦେଇଛି ବାୟୁସେନା। ତେବେ ସେ ମେ ମାସ ଶେଷ ସୁଦ୍ଧା ବାୟୁସେନା ରେ ଯୋଗଦେବା ସହ ଯୁଦ୍ଧ ବିମାନ ଉଡ଼ାଇବେ ବୀର ପାଇଲଟ୍ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *