ସମଲେଶ୍ୱରୀ ମନ୍ଦିରରେ କଲେ ଆରାଧନା, ବିଶାଳ ରାଲିରେ ବିଜେଡି ପାଇଁ ମାଗିଲେ ଭୋଟ୍ ।

ବର୍ତ୍ତମାନ ନିର୍ବାଚନ ର ହାୱା ଜୋରେ ଚାଲିଛି। ସେଥି ପାଇଁ ନିର୍ବାଚନ ର ପ୍ରଚାର, ରାଲୀ, ରୋଡ ସୋ ଇତ୍ୟାଦି ବହୁ ଜୋରଦାର ରେ ଚାଲିଛି। ସେହି ଭଳି ସମ୍ବଲପୁର ରେ ମୁଖ୍ୟମନ୍ତ୍ରୀ ନବିନପଟ୍ଟନୟକ ଙ୍କ ରୋଡ ସୋ ରେଙ୍ଗାଲି ରୁ ବାହାରି ସମ୍ବଲପୁର ରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଜୋରଦାର ସ୍ବାଗତ କରାଯାଇଛି।ସମ୍ବଲପୁର ରେ ମୁଖ୍ୟମନ୍ତ୍ରୀ ସହର ର ଇଷ୍ଟଦେବୀ ମା ସମଲେଶ୍ଵରୀ ଙ୍କ ପୂଜାର୍ଚ୍ଚନା କରି ମା ଙ୍କ ଆଶିର୍ବାଦ ନେଇଛନ୍ତି। ଓ ନିଜ ଦଳୀୟ ପ୍ରାର୍ଥୀ ଙ୍କ ସପକ୍ଷ ରେ ନିର୍ବାଚନ ପ୍ରଚାର କରିଛନ୍ତି।

ଏହି ସମୟରେ ସମ୍ବଲପୁର ର ସମଲେଶ୍ଵରୀ ମନ୍ଦିର ରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି।

ରେଙ୍ଗାଲି ରୁ ସମ୍ବଲପୁର ଯାକେ ରୋଡ ସୋ କରି ଆସିବା ସମୟରେ ବିଭିନ୍ନ ଛକ ଏବଂ ଗାଆଁ ରେ ଦଳୀୟ ପ୍ରାର୍ଥୀ ଙ୍କ ସପକ୍ଷ ରେ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ରାଲି ରେ ଲୋକମାନଙ୍କ ର ସ୍ଵତଃପ୍ରବୃତ ଭାବରେ ସାମିଲ ହେଉଥିବା ଦେଖାଯାଇଛି।

ଆସନ୍ତା ୨୩ ତାରିଖ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ସମ୍ବଲପୁର ଲୋକସଭା ଆସନ ଓ ବିଧାନସଭା ଆସନ ପାଇ ଭୋଟ ପଡ଼ିବ। ଆସନ୍ତା କାଲି ପ୍ରଚାର ର ଶେଷଦିନ ହୋଇଥିବାରୁ ଆଜି ମେଗା ରୋଡ ସୋ କରିଛନ୍ତି ବିଜେଡି ର ନେତା ନବିନପଟ୍ଟନାୟକ।

Leave a Reply

Your email address will not be published. Required fields are marked *