ଶ୍ରୀଲଙ୍କା ରେ ୩ଟି ଗୀର୍ଜା ଓ ଦୁଇଟି ୫ ଷ୍ଟାର୍ ହୋଟେଲ୍‌ରେ ବିସ୍ଫୋରଣ: ୧୨୯ ମୃତ ୩୦୦ରୁ ଅଧିକ ଆହତ

ଆଜି ଅର୍ଥାତ୍ ରବିବାର ସକାଳୁ ଶ୍ରୀଲଙ୍କା ର ରାଜଧାନୀ କଲମ୍ବୋ ରେ ୬ ଟି ବିସ୍ଫୋରଣ ହୋଇଛି। ୩ ଟି ଗିର୍ଜା ଓ ଦୁଇଟି ୫ ଷ୍ଟାର୍ ହୋଟେଲ୍ ରେ ହୋଇଛି ଏହି ବିସ୍ଫୋରଣ ଯେଉଁଥିରେ କି ୧୨୯ ରୁ ଉର୍ଦ୍ଧ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୩୦୦ ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ର ସୂଚନା ମିଳିଛି।

ପ୍ରଥମ ଗୀର୍ଯା ବିସ୍ଫୋରଣ ରେ ପାଖାପାଖି ୫୦ ଲୋକ ମୃତ ବରଣ କରିଥିବା ବେଳେ ଦ୍ଵିତୀୟ ବିସ୍ଫୋରଣ ରେ ୨୫ ରୁ ଉର୍ଦ୍ଧ ଲୋକ ମୃତ୍ୟୁ ବରଣ କରିଥିଲେ।ଆହତ ବ୍ୟକ୍ତି ମାନଙ୍କୁ ବାଟ୍ଟି କଲୋ ଆ ହସ୍ପିଟାଲ୍ ରେ ଚିକିତ୍ସା କରାଯାଉଛି।

ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି କିଛି ଜଣା ଯାଇନାହିଁ କିନ୍ତୁ ଏସ୍ତର୍ ଚାଲୁଥିବା ରୁ ଏକ ନିର୍ଦ୍ଦିଷ୍ଟ ବର୍ଗ ର ଲୋକ ମାନଙ୍କୁ ନେଇ ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *