ବୁଝିହେଉନି ମୁଖ୍ୟମନ୍ତ୍ରୀ ଙ୍କ ପାଠ , ପ୍ରତିଦିନ ଆସୁଛି ଭାଇରଲ ଭିଡିଓ , ମୁଖପାତ୍ର ରଖୁନାହାନ୍ତି କୌଣସି ପ୍ରତିକ୍ରିୟା

ଚାଲିଛି ନିର୍ବାଚନ I ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ତେବେ ୟା ମଧ୍ୟରେ ନବୀନ ଙ୍କ କେତୋଟି ଭିଡିଓ ଭାଇରଲ ହେବାରେ ଲାଗିଛି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି Iନବୀନ ଅସୁସ୍ଥ ଥିବାର ଗୁଜବ ହେଉଥିବା ବେଳେ ହଠାତ ଭାଇରଲ ହେବାକୁ ଲାଗିଲା ମୁଖ୍ୟମନ୍ତ୍ରୀ ଙ୍କ ଫିଟନେସ ଭିଡିଓ I ଯେଉଁଥିରେ କି ମୁଖ୍ୟମନ୍ତ୍ରୀ କଳା ଟି ଶାର୍ଟ ପିନ୍ଧିଥିବାର ଦେଖାଯାଇଥିଲା ,କଳା ଦେଖି ଚିଡି ଉଠୁଥିବା ମୁଖ୍ୟମନ୍ତ୍ରୀ ଙ୍କ କଳା ଡ୍ରେସ ପରିଧାନ ସହଜରେ ହଜମ ହେଇନଥିଲା I

ଏହାପରେ କିଛିଦିନ ତଳେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବସ ରେ ପ୍ରାଥୀଙ୍କ ପାଇଁ ଭୋଟ ମାଗୁଥିବା ହଠାତ ନିଜ ଆଖିର ଭ୍ରୂଲତା ନଚେଇ ନ ମ ସ୍କା ଆ ଆ ର କହୁଥିବାର ଏକ ମଜାଳିଆ ଭିଡିଓ ଭାଇରଲ ହେଇଥିଲା ଭିଡିଓ ଅନୁଯାଇ ପାଖରେ ଥିବା ସୁରକ୍ଷାକର୍ମୀ ହଠାତ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ମାଇକ ଛଡାଇ ନେଇଥିଲେ

,ଏଠି ପ୍ରଶ୍ନ ଉଠୁଛି କି କଣ ସତରେ ଏହି ଭିଡିଓ ମୁଖ୍ୟମନ୍ତ୍ରୀ ଙ୍କର ? ଯଦି ହଁ ତେବେ ବସ ଭିତର ର ଏହି ଭିଡିଓ ହଠାତ ବାହାରକୁ କିପରି ଆସିଲା ? ସୁରକ୍ଷା ଅଧିକାରୀ କାହିଁକି ଛଡାଇ ନେଲେ ମାଇକ ?20ବର୍ଷ ଭିତରେ ଗମ୍ଭୀର ଥିବା ମୁଖ୍ୟମନ୍ତ୍ରୀଙ୍କର ଏପରି ହସ୍ୟାତ୍ମକ ରୂପ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜନତା I ଏହାପରେ ପୁଣି ଏକ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଙ୍କର ସିଗାରେଟ ଟାଣୁଥିବାର ଭିଡିଓ ଭାଇରଲ ହେଉଛି I

ଏସବୁ ଭିତରେ ଏବେ ପ୍ରଶ୍ନ ଉଠୁଛି କି ଏସବୁ ଭିଡିଓ କିଏ ଏବଂ କାହିଁକି ଭାଇରଲ କରୁଛି ? ତେବେ କଣ ମୁଖ୍ୟମନ୍ତ୍ରି ଙ୍କ ବିରୁଧରେ ଷଡଯନ୍ତ୍ର ହେଉଛି କି ?ଯଦି ମିଛ ତେବେ ଏନେଇ ବିଜେଡି ତରଫରୁ କାହିଁକି ପ୍ରତିକ୍ରିୟା ରଖାଯାଉନି I

Leave a Reply

Your email address will not be published. Required fields are marked *