ମଧ୍ୟପ୍ରଦେଶ ରେ ୨୧୭ ଜଣ ବିଜୁଳି କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର , ୧୪୨ ଜଣଙ୍କୁ ନିଲମ୍ବନ

ପ୍ରବଳ ଖରା କୁ ଅସ୍ତବ୍ୟସ୍ତ କରିପକାଉଛି ବିଦ୍ୟୁତ ବିଭାଗ I ସାଧାରଣତଃ ଖରାଦିନେ ଟିକେ ଅଧିକ ବିଦ୍ୟୁତ କାଟ ହେଇଥାଏ I ପ୍ରତ୍ୟକ ବର୍ଷ ସଚିତ ,ମନ୍ତ୍ରୀ ମାନେ ବିଦ୍ୟୁତ କାଟ ହେବନି ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାଙ୍କ କଥା ପାଣିର ଗାର ପରି ହେଇଥାଏ ଏବଂ ଅଘୋଷିତ ବିଦ୍ୟୁତ କାଟ ହେଇଥାଏ ପ୍ରାୟ ସମସ୍ତ ଅଞ୍ଚଳ ରେ I ତେବେ ମଧ୍ୟପ୍ରଦେଶ ରେ ଅଘୋଷିତ ବିଦ୍ୟୁତ କାଟ ପାଇଁ ମହଙ୍ଗା ପଡିଛି ବିଦ୍ୟୁତ ବିଭାଗ କୁ I

ସୂଚନା ଅନୁଯାଇ ମଧ୍ୟପ୍ରଦେଶ ରେ ଆବଶ୍ୟକ ବିଦ୍ୟୁତ ଥିବାରୁ ,ବିଦ୍ୟୁତ କାଟ ନକରିବାକୁ ସରକାର ଘୋଷଣା କରିଥିଲେ I ବିଦ୍ୟୁତ କାଟ ପାଇଁ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହେଉଥିବାରୁ ଏପରି ନିର୍ଦେଶ କରାଯାଇଥିଲା I କିନ୍ତୁ ଅଧିକାଂଶ ଜିଲ୍ଲାରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ରେ ସାରା ସହର ବାସି ଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା I ଏନେଇ ମୁଖ୍ୟ ଶାସନସଚିବ ଏସ୍.ଆର.ମହାନ୍ତି ତୁରନ୍ତ ଘଟଣାର ଯାଞ୍ଚ ପାଇଁ ନିର୍ଦେଶ ଦେବା ପରେ ଜଣାପଡିଥିଲା କି ବିଦ୍ୟୁତ କର୍ମଚାରୀ ଙ୍କ ଅବହେଳା ପାଇଁ ଏପରି ହେଉଛି

I ରାଜ୍ୟରେ ଆବଶ୍ୟକ ବିଦ୍ୟୁତ ମେଗାୱାଟ ଗଛିତ ଅଛି I ତେଣୁ ଜାଣିଶୁଣି ବିଦ୍ୟୁତ କାଟ୍ ସହ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଏଥିରେ ସମ୍ପୃକ୍ତ ଥିବା ୩୮୭ ଜଣ ବିଦ୍ୟୁତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ୧୪୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ୨୧୭ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ ୧୪୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।ଅବଶିଷ୍ଟ ୨୮ ଜଣ ଙ୍କୁ ବିଦ୍ୟୁତ କାଟ ର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି

I ଅବହେଳା କରୁଥିବା ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଉପରେ ସରକାର ଙ୍କ ଏପରି କଠୋର କାର୍ଯ୍ୟାନୁଷ୍ଠାନ କୁ ସବୁ ମହଲ ରୁ ସ୍ୱାଗତ କରାଯାଇଛି I

Leave a Reply

Your email address will not be published. Required fields are marked *